ସ୍ୱାଧୀନତା ସଂଗ୍ରାମୀ ତଥା ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ, ୯୦ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ

କେନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମୀ ତଥା ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ। ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ। ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କଟକ କନିକାଛକ ସ୍ଥିତ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଚାରପତି, ଆଇନଜୀବୀ ଓ ରାଜନୈତିକ ବ୍ୟକ୍ତି ବିଶେଷ ଅନ୍ତିମ ଦର୍ଶନ କରିଛନ୍ତି। କଲେଜ ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ସ୍ୱର୍ଗତ ରଥ ୧୯୫୫ ମସିହାରେ କଟକ ଆସି ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡିଶାର ଆଡଭୋକେଟ ଜେନରାଲ ପଦବୀରେ ମଧ୍ୟ ବସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.