କୋମାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ, ଭଉଣୀ ସମ୍ଭାଳିପାରନ୍ତି ଦାୟିତ୍ୱ

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିମଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସୋଙ୍ଗ-ମିନ୍ ଉତ୍ତର କୋରିଆର ନେତା କିମ୍ ଜଙ୍ଗଙ୍କର ସ୍ୱାସ୍ଥ୍ୟାବସ୍ଥା ଅବନତି ହେବାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଚାଙ୍ଗ କହିବା ଅନୁସାରେ , ଉତ୍ତର କୋରିଆଇ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଅଛନ୍ତି । ଖାଲି ଏତିକି ନୁହେଁ ଏହି ସ୍ଥିତିକୁ ନେଇ ତାଙ୍କର ଭଉଣୀ କିମ୍ ୟୋ-ଜୋଙ୍ଗଙ୍କୁ ଆମେରିକା ଓ ଦକ୍ଷିଣ କୋରିଆ ସହ ସମ୍ୱନ୍ଧକୁ ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦକ୍ଷିଣ କୋରିଆଇ ମିଡ଼ିଆ ସହ ଏକ ସାକ୍ଷାତକାରରେ ଚାଙ୍ଗ୍ ସୋଙ୍ଗ-ମିନ୍ କହିଥିଲେ କି , ମୋର ଆକଳନ କି ସେ କୋମାରେ ରହିଛନ୍ତି, ହେଲେ ତାଙ୍କର ଜୀବନ ସମାପ୍ତ ହୋଇନାହିଁ । ସେ ଏବେ ବେହୋସ ଏବଂ ନିଷ୍କ୍ରିୟ ରହିଛନ୍ତି।

kim

ଖାଲି ଏତିକି ନୁହେଁ , ସେ କହିଥିଲେ କି ଉତ୍ତର କୋରିଆର ମିଡ଼ିଆ ଦ୍ୱାରା ନିକଟବର୍ତ୍ତୀ ମାସରେ ଜାରି କରାଯାଇଥିବା କିମ୍ ଜୋଙ୍ଗ ଉନଙ୍କର ଫଟୋ ନକଲି ଥିଲା । ଚାଙ୍ଗଙ୍କ ମୁତାବିକ୍ ପାୱର ରିଷ୍ଟକଚରିଂ ଅନୁଯାୟୀ , କିମ୍ ୟୋ-ଜୋଙ୍ଗ ନିଜର ଭାଇ କିମ୍ ଜୋଙ୍ଗ ଉନଙ୍କର ଉତ୍ତରାଧିକାରୀ ହୋଇପାରିବେ ନାହିଁ ।

jong

ସୂଚନାଯୋଗ୍ୟ, ଚଳିତ ବର୍ଷ କିମ୍ ଜୋଙ୍ଗ ଉନଙ୍କର ସାର୍ବଜନୀକ ସ୍ତରରେ ଅନୁପସ୍ଥିତି ତାଙ୍କର ମୃତ୍ୟୁ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଉତ୍ତର କୋରିଆଇ ନେତାଙ୍କର ଅସଫଳ ହାର୍ଟ ସର୍ଜରୀ ତାଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଛି । ଏହି କାରଣରୁ ସେ ସଂପୂର୍ଣ୍ଣ ବେଡରେଷ୍ଟ ନେଉଛନ୍ତି। କିଛି ମାସ ପୂର୍ବରୁ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ପାଖରେ ସୁକାନରେ ଏକ ଫର୍ଟିଲାଇଜର ଫ୍ୟାକ୍ଟ୍ରୀର ଉଦଘାଟନରେ ତାଙ୍କର ଉପସ୍ଥିତି ଏହି ଗୁଜବକୁ ଲଗାମ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.