ଶାନଦାର ଫିଚର୍ସ ସହ ଆଜି ଲଞ୍ଚ ହୋଇପାରେ Moto G9, ଏହି ଫୋନକୁ ଦେଇପାରେ ଟକ୍କର

ମୋଟାରୋଲା ନିଜର ନୂଆ ସ୍ମାର୍ଟଫୋନ Moto G9 କୁ ଭାରତରେ ଆଜି ଲଞ୍ଚ କରିପାରେ। ଗତ କିଛିଦିନ ତଳେ ଫୋନର ଟିଜର ଲଞ୍ଚ ହୋଇଥିଲା। ଯାହା ପରେ ଫୋନ ଖୁବଶୀଘ୍ର ବଜାରକୁ ଆସିବ ବୋଲି ଆକଳନ କରାଯାଉଥିଲା। ଖବର ମୁତାବକ ଆଜି ଦିନ ୧୨ଟାରୁ ଫ୍ଲିପକାର୍ଟ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ ଲଞ୍ଚ ହୋଇପାରେ।

ଫୋନର ସ୍ପେସିଫିକେସନ :
ଏହି ଫୋନରେ ୫୦୦୦mAh ବ୍ୟାଟେରୀ ସହିତ ଦମଦାର କ୍ୟାମେରା ଫିଚର୍ସ ମଧ୍ୟ ରହିଛି। ଏହି ଫୋନରେ କମ୍‌ ଆଲୋକରେ ଭଲ ଫଟୋ ନେଇହେବ ବୋଲି କମ୍ପାନୀ ଦାବି କରିଛି। ଫୋନରେ କ୍ୱାଲାକମ୍‌ ସ୍ନାପଡ୍ରାଗନ ପ୍ରୋସେସର ସହିତ ଓ୍ଵାଟରଡ୍ରପ ଷ୍ଟାଇଲ ନଚ୍‌ ମଧ୍ୟ ରହିଛି। ଏହାସହିତ ଫୋନରେ ପତଳା ବିଜେଲ ମଧ୍ୟ ଦିଆଯାଇଛି।

55

Moto G9 ଫୋନ Poco M2 ଫୋନକୁ ଟକ୍କର ଦେଇପାରେ। Poco ଫୋନରେ ୬.୬୭ ଇୟ୍ଚର ଡିସପ୍ଲେ ସହିତ କ୍ୱାଲାକମ୍‌ ସ୍ନାପଡ୍ରାଗନ ୭୨୦ ଚିପସେଟ୍‌ ରହିଛି। ଏହି ଫୋନର ୪ଜିବି ଭାରିଅଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ଏବଂ ୬ ଜିବି ରାମ ଭାରିଅଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.