ଦେଶରେ ବଢିଚାଲିଛି କରୋନା, ମୃତ୍ୟୁସଂଖ୍ୟା ୫୭,୫୪୨ ଛୁଇଁଲା

ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ମାଡିବାରେ ଲାଗିଛି । ଦିନକରେ କରୋନା ନେଲା ୮୩୬ ଜୀବନ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ଇତିମଧ୍ୟରେ ୩୦ ଲକ୍ଷ ଅତିକ୍ରମ କରି ୩୧ ଲକ୍ଷ ୬ ହଜାର ୩୪୯କୁ ବୃଦ୍ଧି ହୋଇଛି । ସୁସ୍ଥ ହୋଇଛନ୍ତି ୨୩ ଲକ୍ଷ ୩୮ ହଜାର ୦୩୫ ଜଣ ଆକ୍ରାନ୍ତ । ମହାରାଷ୍ଟ୍ରରେ ସର୍ବାଧିକ ୬ ଲକ୍ଷ ୮୨ ହଜାର ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ହଜାର ୨୫୩ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.