ଖାଲି ସ୍ତ୍ରୀ ନୁହେଁ, ସ୍ୱାମୀ ବି ମାଗିପାରିବେ ଭରଣ ପୋଷଣ; ଜାଣନ୍ତୁ କ’ଣ କହେ ଆମ ଆଇନ୍‌

ବମ୍ବେ: ବିବାହ ବିଚ୍ଛେଦ ପରେ ସବୁବେଳେ ସ୍ୱାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ଦେଇଥାଏ ନଚେତ୍‌ ତା’ ଦାୟିତ୍ୱ ନେଇଥାଏ। କିନ୍ତୁ ଆଇନ୍‌ରେ ସ୍ୱାମୀଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି। ଯାହା ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଭାରତୀୟ ଅଦାଲତ ଏବେ ଲୋକଙ୍କ ଅବସ୍ଥାକୁ ଦେଖି ମହିଳାଙ୍କ ହିତ ପାଇଁ ତିଆରି ହୋଇଥିବା ଆଇନ୍‌ ଉପରେ ଭିନ୍ନ ଢଙ୍ଗରେ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛି। ନିକଟରେ ଏକ କୋର୍ଟ ମହିଳାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ପୂର୍ବ ସ୍ୱାମୀଙ୍କୁ ୩୦୦୦ ଟଙ୍କା ଭତ୍ତା ଭରଣ ପୋଷଣ ପାଇଁ ଦେବେ।

ଭରଣ ପୋଷଣ ଭତ୍ତା କ’ଣ?

ପତ୍ନୀ, ନାବାଳକ ପିଲା କିମ୍ବା ବୁଢ଼ା ବାପା ମା’, ଯାହାର କେହି ଭରଣ ପୋଷଣ ପାଇଁ ନ ଥାନ୍ତି ଓ ଯାହାକୁ ତାଙ୍କ ସ୍ୱାମୀ କିମ୍ବା ବାପା ଛାଡ଼ି ଦେଇଥାନ୍ତି; ସେମାନଙ୍କୁ ଆଇପିସି ଧାରା ୧୨୫ରେ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭରଣ ପୋଷଣ ପାଇବା ଅଧିକାର ରହିଛି।

Court2

ନିକଟରେ ଏକ ମାମଲାର ଶୁଣାଣି କରିବା ଅବସରରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ସ୍ୱାମୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ପରେ ମହିଳାଙ୍କ ସ୍ୱାମୀ ଏକ ପିଟିସନ୍‌ ଦାଖଲ କରି କହିଥିଲେ ଯେ ତାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ ଓ ସ୍ତ୍ରୀଙ୍କର ଚାକିରି ଅଛି। ଏଣୁ ସେ ସ୍ତ୍ରୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ଭରଣ ପୋଷଣ ଭତ୍ତା ପାଇଁ ଦାବି କରିଥିଲେ। ଏହି ପିଟିସନ୍‌ରେ ସେ କହିଥିଲେ ଯେ ସ୍ତ୍ରୀଙ୍କୁ ପଢ଼ାଇବାରେ ତାଙ୍କର ବି ଯୋଗ ଦାନ ରହିଛି। ଏଣୁ ସେ ଭରଣ ପୋଷଣ ଭତ୍ତା ପାଇବାକୁ ହକ୍‌ଦାର।

କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ ହିନ୍ଦୁ ମ୍ୟାରେଜ୍‌ ଆକ୍ଟର ଧାରା ୨୪ ଓ ୨୫କୁ ଏକାଠି ପଢ଼ିବାରୁ ଜଣାପଡ଼ିଛି ଯେ ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କୌଣସି ଜଣଙ୍କର ଆର୍ଥିକ ସ୍ଥିତି ଠିକ୍‌ ନାହିଁ ଓ ଅନ୍ୟ ଜଣଙ୍କର ଆର୍ଥିକ ଅବସ୍ଥା ଭଲ ଅଛି। ତେବେ ପ୍ରଥମ ପକ୍ଷ ଭରଣ ପୋଷଣ ଦାବି କରିପାରିବ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆଗକୁ ଏଭଳି ଶୁଣାଣି ଅଧିକ ହୁଏ, ତେବେ ପଇସା ପାଇଁ ଛାଡ଼ପତ୍ର ଦେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବ।

ପ୍ରକାଶ ଯେ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ୧୯୫୫(୨) ଓ ହିନ୍ଦୁ ଆଡପ୍‌ସନ୍‌ ଆଣ୍ଡ୍‌ ମେଣ୍ଟେନାନ୍ସ ଆକ୍ଟ, ୧୯୫୬ ମୁତାବକ ମହିଳାଙ୍କୁ ଛାଡ଼ପତ୍ର ପରେ ଭରଣ ପୋଷଣ ପାଇଁ ଅର୍ଥ ମାଗିବା ଅଧିକାର ରହିଛି।

Also Read: ଦେଖୁ ଦେଖୁ ଚଳନ୍ତା ଟ୍ରେନ୍‌ ଭିତରକୁ ପଶି କଟିଗଲେ କନେଷ୍ଟବଳ, କାରଣ କେହି ବି ବୁଝିପାରୁନାହାନ୍ତି; ଦେଖନ୍ତୁ ଛାତିଥରା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.