ଇଟାଲୀରେ ଥାଇ ବି ଇଣ୍ଡିଆରେ ଘରେ ପଶିଥିବା ଚୋରକୁ ଧରାପକାଇ ଦେଲା ପରିବାର , ଆପଣ ବି ଆପଣାଇପାରିବେ ଏହି ଉପାୟ

ଘରର ସମସ୍ତ ସଦସ୍ୟ ଥିଲେ ଇଟାଲୀରେ । ଆଉ ଏପଟେ ଘରେ ପଶିଥିଲେ ଚୋର । ହେଲେ ଇଟାଲୀରେ ଥାଇ ବି ଘରେ ପଶିଥିବା ଚୋରକୁ ଧରାପକାଇ ଦେଇଥିଲେ ଘର ଲୋକ । ଆଉ ଏଥିପାଇଁ ଯେଉଁ ତରିକା ଆପଣେଇଥିଲେ ସେଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ପୋଲିସ୍ । ଆପଣ ବି ଜାଣନ୍ତୁ ।

ଘଟଣାଟି ହେଉଛି ପଂଜାବର କୁରାଲୀ ଅଂଚଳର । ସୂଚନା ଅନୁସାରେ, ସ୍ଥାନୀୟ ଏକ ଏନଆରଆଇ ଘରେ ବିଳମ୍ବିତ ରାତିରେ କିଛି ଶବ୍ଦ ହେବାର ଶୁଣିଥିଲେ ପଡୋଶୀ । ଆଉ ଏହାର ସୂଚନା ଦେଇଥିଲେ ଇଟାଲୀରେ ଥିବା ପରିବାର ଲୋକଙ୍କୁ ।

ଏହା ପରେ ବିଦେଶରେ ଥିବା ପରିବାର ନିଜ ମୋବାଇଲରେ ଇନଷ୍ଟଲ୍ ଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଘରର ଲାଇଭ୍ ଭିଡିଓ ଦେଖିପାରିଥିଲେ । ଘରେ ଭିତରେ ଦୁଇ ଜଣ ଯୁବକ ଚୋରୀ କରୁଥିବାର ଦେଖିବାକୁ ପାଇଥିଲେ । ଯାହାର ସୂଚନା ପଡୋଶୀ ଏବଂ ପୋଲିସକୁ ଦେଇଥିଲେ । ଯାହା ପରେ ପଡୋଶୀ ଏବଂ ପୋଲିସ୍ ମିଶି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଘରେ ସିସିଟିଭି କ୍ୟାମେରା ଲାଗିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ଏହି ଏନଆରଆଇ ପରିବାର ।

Leave A Reply

Your email address will not be published.