ସୀମାରେ ଆଲର୍ଟ ଭାରତୀୟ ସେନା, ଏୟାର ଡିଫେନ୍ସ ସିଷ୍ଟମ ସହ ଆଲର୍ଟ ନୌସେନା

ପୁଲୱାମା ପ୍ରତିଶୋଧ ପରେ, ଭାରତୀୟ ସେନା ସଜାଗ। ସୀମାରେ ଆଲର୍ଟ ରହିଛନ୍ତି ଯବାନ। ଏୟାର ଡିଫେନ୍ସ ସିଷ୍ଟମ ଆଲର୍ଟ ରଖାଯାଇଛି। ନୌସେନାକୁ ମଧ୍ୟ ସତର୍କ କରାଯାଇଛି। ପାଟ୍ରୋଲିଂ ପାଇଁ ପାକିସ୍ତାନ ମୁହାଁ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଚୀନ, ସିଙ୍ଗାପୁର, ବାଂଲାଦେଶ ଏବଂ ଆଫଗାନିସ୍ଥାନ ବୈଦେଶିକ ବିଭାଗ ସହ କଥା ହୋଇଛି। ସୁଷମା ସ୍ୱରାଜ ଆମେରିକା ବୈଦେଶିକ ସଚିବଙ୍କୁ ଭାରତର ପଦକ୍ଷେପ ବିଷୟରେ ଜଣାଇଛନ୍ତି। ସେପଟେ ପାକିସ୍ତାନ କ୍ଷୟକ୍ଷତିକୁ ଖଣ୍ଡନ କରୁଥିଲେ ମଧ୍ୟ, କାର୍ଯ୍ୟାନୁଷ୍ଠାନ କଥା କହୁଛି। ଭାରତ ସବୁ ପରିସ୍ଥିତିର ମୁକାବିଲା କରିବାକୁ ତୟାର ରହିଛି। ପିଓକେରେ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ ନେଇ ବାୟୁସେନାକୁ ସବୁ ମହଲରୁ ପ୍ରଶଂସା। ସବୁ ରାଜନୈତିକ ଦଳ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ଭାରତର ପଦକ୍ଷେପକୁ ନେଇ ଗତକାଲି ସବୁ ଦଳଙ୍କୁ ଅବଗତ କରାଇଥିଲେ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.