Below header

ଫୁଟପାଥରେ ଯାଉଥିବା ବେଳେ ୫ ଯୁବତୀଙ୍କ ଉପରେ ଚଢିଗଲା କାର୍‌ : ଜଣେ ମୃତ, ୪ ଗୁରୁତର

କର୍ଣ୍ଣାଟକର ମାଙ୍ଗାଲୁରୁରେ ଫୁଟପାଥରେ ଯାଉଥିବା ୫ ଯୁବତୀଙ୍କ ଉପରେ କାର୍‌ ଚଢି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କର୍ଣ୍ଣାଟକର ମାଙ୍ଗାଲୁରୁରେ ଫୁଟପାଥରେ ଯାଉଥିବା ୫ ଯୁବତୀଙ୍କ ଉପରେ ଚଢିଗଲା କାର୍‌ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ କାର ଚାଳ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଖବର ମୁତାବକ, ସନ୍ଧ୍ୟାରେ ମାଙ୍ଗାଲୁରୁ ସିଟି କର୍ପୋରେସନ ସୁଇମିଂ ପୁଲ୍ ନିକଟ ଫୁଟପାଥରେ କିଛି ଯୁବତୀ ଚାଲି ଚାଲି ଯାଉଥିଲେ । ସେହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଯୁବତୀମାନଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତା ଯୁବତୀ ଜଣକ ହେଲେ ୨୩ ବର୍ଷୀୟା ରୁପାଶ୍ରୀ ।

୪ ଜଣ ଗୁରୁତରଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଛନ୍ତି । ଆହତମାନେ ହେଉଛନ୍ତି, ୨୬ ବର୍ଷୀୟ ସ୍ବାତୀ, ୧୬ ବର୍ଷୀୟ ହିତନୱି, ୧୬ ବର୍ଷୀୟ କୃତ୍ତିକା ଓ ୧୨ ବର୍ଷୀୟ ଯତିକା । ଏହି ଘଟଣା ପରେ କାର୍ ଛାଡ଼ି ଚାଳକ କମଳେଶ ଫେରାର ହୋଇଯାଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଡ୍ରାଇଭର ବିରୋଧରେ ଧାରା ୨୭୯, ୩୩୭, ୩୩୮, ୩୦୪ ଆଇପିସି ଧାରା ଲଗାଇ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.