ପିପିଲି ଟୋଲ ପ୍ଲାଜାରେ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା, ୩ ଦୁର୍ବୃତ୍ତ ଗିରଫ

ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣାରେ ୩ ଗିରଫ । ନିମାପଡ଼ା ନିକଟରେ କାର୍ ଛାଡ଼ି ଫେରାର୍ ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ପିପିଲି (କେନ୍ୟୁଜ): ଟୋଲ ପ୍ଲାଜାରେ ଗୁଳିମାଡ଼ ଘଟଣାରେ ୩ ଗିରଫ । ନିମାପଡ଼ା ନିକଟରେ କାର୍ ଛାଡ଼ି ଫେରାର୍ ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗ୍ରାମବାସୀଙ୍କ ସହଯୋଗରେ ଗିରଫ କରିଛି ପୋଲିସ । ଟୋଲ୍ ପ୍ଲାଜା କର୍ମଚାରୀଙ୍କ ସହ ବଚସା ପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣରେ ଜଣେ ଟୋଲ୍ କର୍ମଚାରୀ ଆହତ ହୋଇଥିଲେ । ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଗଠନ କରିଛି ୯ ଟିମ୍ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ।

କାରରେ ଭୁବନେଶ୍ୱରରୁ ପୁରୀକୁ ଛଅ ଜଣ ଯୁବକ ଯାଉଥିଲେ । ତେବେ ଗାଡିର ଫାସଟାଗ୍ ନ ଥିବାରୁ ଟୋଲ ଦେୟକୁ ନେଇ ଟୋଲ କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଟୋଲ ଦେୟ ଦେବା ପରେ ଟୋଲ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ 7-MM ପିସ୍ତଲରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ମାଡ଼ କରି ପୁରୀ ଅଭିମୁଖେ ଚାଲି ଯାଇଥିଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.