ବାପା ଠାରୁ ୧ % ମାର୍କ ଅଧିକ ରଖି ସମସ୍ତଙ୍କୁ କଲେ ଗର୍ବିତ, ଜାଣନ୍ତୁ ଏହି ଛାତ୍ରୀଙ୍କ ସଫଳତାର କାହାଣୀ

ଉତ୍ତରପ୍ରଦେଶର ୪୯ ବର୍ଷିୟ ଡକ୍ଟର ପ୍ରକାଶ ଖେତାନ ତାଙ୍କ ଝିଅ ମିତାଲିଙ୍କୁ NEET ମେଡିକାଲ ଏଣ୍ଟ୍ରାସ ପରୀକ୍ଷାରେ ସଫଳତା ପାଇବା ପାଇଁ ଅତି ନିଆରା ଢଙ୍ଗରେ ସାହାଯ୍ୟ କରିଛନ୍ତି । ଜଣେ ଭଲ ନ୍ୟୁରୋସର୍ଜନ ଭାବେ ଡାକ୍ତର ପ୍ରକାଶ ତାଙ୍କ ୧୮ବର୍ଷର ଝିଅ ମିତାଲିଙ୍କ ସହ NEET ପରୀକ୍ଷାକୁ ପାସ କରିଛନ୍ତି ।

ପ୍ରତ୍ୟେକ ବାପା ମା’ ଚାହାଁନ୍ତି ଯେ ତାଙ୍କ ପିଲା ଦୁନିଆର ଯେକୌଣସି ପରୀକ୍ଷା ଦେଉ ନା କାହିଁକି ସେଥିରେ ସେ ପାସ୍‌ ହୋଇଯାଉ । ଏଥିପାଇଁ ବାପା ମା’ ସବୁ ପ୍ରକାରର ପଦକ୍ଷେପ ନିଅନ୍ତି, ଯାହା ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ । ପ୍ରତ୍ୟେକ ବାପା ମା’ ନିଜ ପିଲାଙ୍କୁ NEET, IIT-JEE ଭଳି ପ୍ରଫେସନାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ସଫଳ ହେବାକୁ ଆଶା ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ପରୀକ୍ଷାର ସଫଳତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି କଥା ଆପଣଙ୍କ ନିକଟରେ କହିବାର କାରଣ ହେଉଛି ଏହି ପରୀକ୍ଷାରେ ଜଣେ ଝିଅ ସଫଳତା ପାଇବା ସହ ତାର ବାପା ମଧ୍ୟ ପରୀକ୍ଷାରେ ସଫଳ ହୋଇଛନ୍ତି । ଉତ୍ତରପ୍ରଦେଶର ୪୯ ବର୍ଷିୟ ଡକ୍ଟର ପ୍ରକାଶ ଖେତାନ ତାଙ୍କ ଝିଅ ମିତାଲିଙ୍କୁ NEET ମେଡିକାଲ ଏଣ୍ଟ୍ରାସ ପରୀକ୍ଷାରେ ସଫଳତା ପାଇବା ପାଇଁ ଅତି ନିଆରା ଢଙ୍ଗରେ ସାହାଯ୍ୟ କରିଛନ୍ତି । ଜଣେ ଭଲ ନ୍ୟୁରୋସର୍ଜନ ଭାବେ ଡାକ୍ତର ପ୍ରକାଶ ତାଙ୍କ ୧୮ବର୍ଷର ଝିଅ ମିତାଲିଙ୍କ ସହ NEET ପରୀକ୍ଷାକୁ ପାସ କରିଛନ୍ତି । ଉଭୟ ଡାକ୍ତର ଖେତାନ ଏବଂ ମିତାଲି ଚଳିତ ବର୍ଷ NEET ୨୦୨୩ ପରୀକ୍ଷାରେ ପାସ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଡାକ୍ତର ଖେତାନ କହିଛନ୍ତି ତାଙ୍କ ଝିଅ କୋଭିଡ – ୧୯ ପରେ ପଢ଼ାପଢ଼ିରେ ଆଗ୍ରହ ରଖିବା ପାଇଁ ବହୁ ସଂଘର୍ଷ କରୁଥିଲେ । ଡାକ୍ତର ପ୍ରକାଶ ମଧ୍ୟ ତାଙ୍କ ଝିଅକୁ ରାଜସ୍ଥାନର କୋଟାସ୍ଥିତ ଏକ କୋଚିଂ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରିଥିଲେ, କିନ୍ତୁ ସେ ସେଠାରେ ପଢ଼ି ପାରିନଥିଲେ ଏବଂ ଘରକୁ ଫେରି ଆସିଥିଲେ । । ଭାରତରେ MBBS ସିଟ୍ ପାଇଁ କମ୍ପିଟିସନ ଲାଗି ରହିଥାଏ । ଯେଉଁଥିପାଇଁ ପ୍ରକାଶ ତାଙ୍କ ଝିଅ ସହିତ ପଢ଼ିଥିଲେ ଏବଂ NEET ୨୦୨୩ ପରୀକ୍ଷା ଉତ୍ତୀର୍ଣ୍ଣ ମଧ୍ୟ କରିଛନ୍ତି ।

ଡାକ୍ତର ଖେତାନ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟରୁ ନିଜ ଝିଅ ପାଇଁ ସମୟ ବାହାର କରି NEET ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ଶେଷରେ ଦୁଇ ଜଣ ସଫଳ ହୋଇଛନ୍ତି । ପ୍ରାୟ ୩୦ ବର୍ଷ ପରେ ଡାକ୍ତର ପ୍ରକାଶ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ସେ ତାଙ୍କ ଝିଅ ମିତାଲିଙ୍କୁ ପାଠ ପଢ଼ିବା ପାଇଁ ରାସ୍ତା ଦେଖାଇଥିଲେ । NEET (UG) –୨୦୨୩ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଜଣା ପଡ଼ିଥିଲା ଯେ ମିତାଲି ନିଜ ବାପା ଡାକ୍ତର ଖେତାନଙ୍କ ଅପେକ୍ଷା ଅଧିକ ମାର୍କ ରଖି ତାଙ୍କ ବାପାଙ୍କୁ ଗର୍ବିତ କରିଛନ୍ତି । ମିତାଲିଙ୍କୁ ୯୦ ପ୍ରତିଶତ ମାର୍କ ମିଳିଥିବାବେଳେ ତାଙ୍କ ବାପା ୮୯ ପ୍ରତିଶତ ମାର୍କ ପାଇଛନ୍ତି ।

ସୂଚନା ଥାଉ କି ଡାକ୍ତର ଖେତାନ ପ୍ରୟାଗରାଜର ଜଣେ ପ୍ରସିଦ୍ଧ ନ୍ୟୁରୋ ସର୍ଜନ। ତାଙ୍କୁ ଥରେ ଆଠ ବର୍ଷର ଝିଅର ମସ୍ତିଷ୍କରୁ ୨୯୬ଟି ସିଷ୍ଟ ବାହାର କରିବା ପାଇଁ ଲଗାତାର ଆଠ ଘଣ୍ଟା ସର୍ଜରୀ କରିବାକୁ ପଡିଥିଲା ଏବଂ ଏହା କରିବା ପରେ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଥିଲା ।