Below header

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ବିରୋଧୀଙ୍କ ଇସ୍ତଫା ଦାବି

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ । ଭାରତ ବିରୋଧରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ଯାହାକୁ ନେଇ ବିରୋଧୀମାନେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଏପରିକି ବିରୋଧୀ ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ନେପାଳର ପ୍ରଧାନମନ୍ତ୍ରୀ ନିକଟରେ କହିଥିଲେ ନେପାଳରେ ଅବସ୍ଥାପିତ ଜଣେ ଭାରତୀୟ ବ୍ୟବସାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ଭାରତ ସହ କଥା ହୋଇଛନ୍ତି । ଏହାପରେ ବିରୋଧୀ ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିସହ ବିରୋଧୀ କହିଛନ୍ତି, ନୂଆଦିଲ୍ଲୀ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ଆମର ଆବଶ୍ୟକ ନାହିଁ ।

ସେଭଳି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଜାରି ରଖିବାର କୌଣସି ଅଧିକାର ନାହିଁ। ସର୍ଦ୍ଦାର ପ୍ରୀତମ ସିଂଙ୍କ ଜୀବନ ଉପରେ ପୁସ୍ତକ- ` ରୋଡ୍‌ସ ଟୁ ଦ ଭ୍ୟାଲି: ଦ ଲିଗାସି ଅଫ୍‌ ସର୍ଦ୍ଦାର ପ୍ରିତମ ସିଂ ଇନ୍‌ ନେପାଲ’ ଉନ୍ମୋଚନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ମନ୍ତବ୍ୟ ଦେଇଥିଲେ । ଏକଦା ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଉଦ୍ୟମ କରିଥିଲେ । ମନ୍ତବ୍ୟ ଯୋଗୁଁ ନେପାଳରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ମହଲରୁ ଏହାକୁ ସମାଲୋଚନା କରାଯାଉଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.