ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରଖାଗଲା
ଓଭରୱେଟ ଏକ ସାଧାରଣ ସମସ୍ୟା। କିନ୍ତୁ ଆପଣ କେବେ ଭାବିଛନ୍ତି, ପେଚାକୁ ବି ହୋଇପାରେ ଓଭରୱେଟ ସମସ୍ୟା? ହଁ, ପେଚାଟି ଏତେ ମୋଟା ହୋଇଯାଇଥିଲା ଯେ ଡେଣା ମେଲାଇ ଉଡ଼ିପାରୁ ନ ଥିଲା।
Suffolk Owl Sanctuary ନିଜ ଇନ୍ଷ୍ଟା ପେଜ୍ରେ ଏହି ପେଚାର ଫଟୋକୁ ଶେୟାର କରିଥିଲା। ଏହା ତରଫରୁ କୁହାଯାଇଥିଲା ଯେ ଏହି ଫିମେଲ ପେଚା ଦୁନିଆର ତୃତୀୟ ସବୁଠାରୁ ଭାରି ପେଚା ଶ୍ରେଣୀରେ ଆସୁଛି। ଏହାର ନାଁ ‘Plump’ ରଖାଯାଇଛି।
ପେଚାକୁ ୨ ସପ୍ତାହ ଡାଇଟ୍ରେ ରଖାଗଲା
Suffolk Owl Sanctuaryର କହିବା ହେଲା, ପେଚାର ଓଜନ ଲଗାତାର ଭାବେ ବଢ଼ିଚାଲିଥିଲା। ଏହାକୁ ନଜରରେ ରଖି ଦୁଇ ସପ୍ତାହ ପଯ୍ୟର୍ନ୍ତ ତାକୁ ଡାଏଟରେ ରଖାଯାଇଥିଲା, ଯେପରି ସେ ପୁଣିଥରେ ଉଡ଼ିପାରିବ।
video courtesy: Suffolk Owl Sanctuary
ଏହାପରେ ପେଚାକୁ ଉଡ଼ାଯାଇଥିଲା। Suffolk Owl Sanctuary ସହ ଜଡ଼ିତ Rufus Samkin ନାମକ ବ୍ୟକ୍ତି କହିଥିଲେ ଯେ ଏହା ପ୍ରଥମ ଘଟଣା। ସାଧାରଣତଃ ପେଚାର ଡେଣା କୌଣସି କାରଣରୁ ଓଦା ହୋଇଗଲେ କିମ୍ବା ତା’ର ଓଜନ ବଢ଼ିଗଲେ ସେ ଉଡ଼ିପାରି ନ ଥାଏ। ବର୍ତ୍ତମାନ ‘Plump’କୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସେ ନିଜର ଯାତ୍ରା ଆରମ୍ଭ କରିଦେଇଛି।