Below header

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ପୃଥ୍ଵୀ ସ ଓ ମୟଙ୍କ ଅଗ୍ରଓ୍ଵାଲ ଇନିଂସ୍‌ ଓପନ୍‌ କରିବେ : ବିରାଟ କୋହଲି

ନ୍ୟୁଜିଲାଣ୍ଡ ସହ ସରିଛି ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ । ଏବେ ଫୋକସ୍‌ ଦିନିକିଆ ସିରିଜ୍‌ ଉପରେ । କାଲିଠାରୁ ଆରମ୍ଭ ହେବ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍‌ । ଏହି ସିରିଜ୍‌ ପାଇଁ ଭାରତୀୟ ଦଳରୁ ଆହତ ରୋହିତ ଶର୍ମା ବାଦ୍‌ ପଡ଼ିଥିବା ବେଳେ ଦୁଇ ଯୁବ ଓପ୍ନର ପୃଥ୍ଵୀ ସ ଏବଂ ମୟଙ୍କ ଅଗ୍ରଓ୍ଵାଲଙ୍କୁ ବଡ଼ ସୁଯୋଗ ମିଳିଛି । ପୃଥ୍ଵୀ ଆଗରୁ ଦଳରେ ସାମିଲ ହୋଇଥିବା ବେଳେ ମୟଙ୍କଙ୍କୁ ଏବେ ଟିମ୍‌ରେ ଜାଗା ମିଳିଛି ।

ODI-2

ପୃଥ୍ଵୀ ଓ ମୟଙ୍କ ଇନିଂସ୍‌ ଓପନ୍‌ କରିବେ ବୋଲି ଆଜି ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି । ସେହିପରି କେ.ଏଲ୍‌. ରାହୁଲ ପୂର୍ବ ଭଳି ଓ୍ଵିକେଟ୍‌ କିପିଂ କରିବା ସହିତ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବେ । ରୋହିତଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଦଳ ପାଇଁ ଏକ ଧକ୍କା । ତେବେ ଏହି ସମୟରେ ଆମେ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରି ପାରିବୁ । କାରଣ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌ ଖେଳାଯିବ ବୋଲି କୋହଲି କହିଛନ୍ତି । ଯଦିଓ ଟିମ୍‌ ମ୍ୟାନେଜମେଣ୍ଟ ଜଣେ ଓପ୍ନର ଦେବାକୁ କହିଥିଲେ ହେଲେ ଆମେ ଆଉ ଜଣେ ଓପ୍ନର ପାଇଁ କହିଥିଲୁ ବୋଲି ସେ ସୂଚନା ଦେଇଛନ୍ତି ।

MAYANK

ଆହୁରି ମଧ୍ୟ ଦଳର ଫିଲଡିଂ ନିକଟ ଅତୀତରେ ଭଲ ହେଉନାହିଁ ବୋଲି ସେ ସ୍ୱୀକାର କରିବା ସହ ଉଭୟ ବ୍ୟାଟିଂ ଓ ବୋଲିଂ ସହ ଫିଲଡିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ଦଳର ଯୁବ ଖେଳାଳିମାନଙ୍କୁ ଆହ୍ଵାନ ଦେଇଛନ୍ତି ।
ଆସନ୍ତାକାଲି ହାମିଲଟନ୍‌ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ । ଟି-୨୦ରେ ସବୁ ମ୍ୟାଚ୍‌ ହାରିଥିବା ଘରୋଇ ଦଳ ଏହି ସିରିଜ୍‌ରେ ଭାରତକୁ କଡ଼ା ଟକ୍କର ଦେବ ବୋଲି ଆଶା ରଖିଛନ୍ତି । ତେବେ ଆହତ କେନ୍‌ ଓ୍ଵଲିୟମସନ୍‌ ଖେଳି ପାରିବେ ନାହିଁ ।

ଦେଖନ୍ତୁ କୋହଲିଙ୍କ ପ୍ରେସ୍‌ମିଟ୍‌ର ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.