ପୃଥିବୀ ପୃଷ୍ଠରେ କେମିତି ସୃଷ୍ଟି ହୋଇଥିଲା ପ୍ରଥମ ଜୀବ ? ବୈଜ୍ଞାନିକ ମାନେ ଖୋଜି ବାହାର କଲେ ଏହାର ରହସ୍ୟ

ପ୍ରାଣୀ ଜଗତ ସର୍ବ ପ୍ରଥମେ ପୃଥିବୀ ପୃଷ୍ଠକୁ କେମିତି ଓ କିପରି ଭାବେ ଆସିଥିଲେ ତାହା ପଛର ପ୍ରକୃତ କାରଣ ବୈଜ୍ଞାନିକ ମାନେ ନିକଟରେ ଖୋଜି ବାହାର କରିଛନ୍ତି । ଏହା ହୁଏତ ପୃଥିବୀ ପୃଷ୍ଠର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା । ଯାହା ବିନା ମଣିଷର ଅସ୍ତିତ୍ୱ ହୁଏତ ସମ୍ଭବ ହୋଇପାରିନଥାନ୍ତା । ଅଷ୍ଟ୍ରେଲିଆ ଜାତୀୟ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ଆଜକୁ ପ୍ରାୟ ୬୫ କୋଟି ବର୍ଷ ପୂର୍ବେ ହିଁ ପୃଥିବୀ ପୃଷ୍ଠରେ ପ୍ରାଣୀ ମାନଙ୍କ ସୃଷ୍ଟି ହୋଇଥିଲା । ଶଇବାଳ ମାନଙ୍କ ଜନ୍ମରୁ ହିଁ ପ୍ରାଣୀ ମାନଙ୍କ ସୃଷ୍ଟି ଆରମ୍ଭ ହୋଇଥିଲା । ଏହି ବିଶେଷଜ୍ଞ ଦଳର ଜନୈକ ଆସୋସିଏଟ ପ୍ରଫେସରଙ୍କ ଅନୁଯାୟୀ, ଶଇବାଳ ହେଉଛି ପୃଥିବୀର ପ୍ରଥମ ଜୀବ ।

earth new

ବ୍ରୋକସ ନାମକ ଏହି ବୈଜ୍ଞାନିକ ଜଣକ ଆହୁରି ମଧ୍ୟ କହିଛନ୍ତି କି ଏସବୁ କିଛି ହେବାର କିଛି ବର୍ଷ ପୂର୍ବରୁ ଏକ ନାଟକୀୟ ଘଟଣା ଘଟିଥିଲା । ଯାହାକୁ କି ‘ଶଇବାଳ ଆର୍ଥ’ ବୋଲି କୁହାଯାଏ । ବ୍ରୋକସଙ୍କ ଅନୁଯାୟୀ ସେହି ସମୟରେ ପୃଥିବୀ ପୃଷ୍ଠ ସମ୍ପୂର୍ଣ ବରଫ ପାଲଟି ଯାଇଥିଲା । ବଡ ବଡ ଆକାରର ବରଫ ଖଣ୍ଡ ସବୁ ପାହାଡ ଉପରେ ଜମି ରହିଥିଲା । ତାପମାତ୍ରା ବଢ଼ିବାରୁ ସେହି ବରଫ ଗୁଡିକ ତରଳି ସାଗର ମାନଙ୍କରେ ପରିଣତ ହୋଇଥିଲା । ଏହି ସବୁ ଘଟଣା ଗ୍ଲୋବାଲ ୱାର୍ମିଙ୍ଗ ସମୟରେ ହିଁ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ସମୁଦ୍ର ମଧ୍ୟରେ ଏକ ଉଚ୍ଚ ସ୍ଥରର ପୋଷାକ ଅଛି । ଯାହା ବିଶ୍ୱର ତାପମାତ୍ରାକୁ ପ୍ରାଣୀମାନଙ୍କ ଅନୁକୂଳ ବନାଇଥାଏ ।

ଏହି କାରଣରୁ ହିଁ ସୃଷ୍ଟି ହୋଇଥିବା ଶଇବାଳ ଦ୍ରୁତ ଗତିରେ ମାଡି ଯାଇଥିଲା । ଏହାର ଠିକ ପରେ ପରେ ହିଁ ବ୍ୟାକ୍ଟେରିଆ ମାନେ ବି ସକ୍ରିୟ ହୋଇଉଠିଥିଲେ । ବ୍ରୋକସଙ୍କ ସାଥି ବୈଜ୍ଞାନିକ ଅମ୍ବର ଜେରଟଙ୍କ ଅନୁଯାୟୀ ଅଷ୍ଟ୍ରେଲିଆର ଏହି ଚଟାଣ ଗୁଡିକ ଉପରେ ଆମକୁ ଛୋଟ ଛୋଟ ଜିବାସ୍ମର ସନ୍ଧାନ ମିଳିଥିଲା । ଏହି ବୈଜ୍ଞାନିକ ଦଳଙ୍କ ଅନୁଯାୟୀ ଆମେ ସେହି ସମୟରେ ନିଶ୍ଚିତ ହୋଇଯାଇଥିଲୁ କି ଆମେ ଏକ ବିରାଟ ସନ୍ଧାନ ଖୋଜି ବାହାର କରିଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.