ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ

କେନ୍ଯୁଜ୍: ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ । ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରାଯିବ । ବିଭିନ୍ନ ଦେଶରେ ଏହି ଟିକାର ହ୍ୟୁମାନ ଟ୍ରାଏଲ ଚାଲିଛି । ସୂଚନା ଯୋଗ୍ଯ ଭାରତରେ ୧୭ଟି ସ୍ଥାନରେ ଏହାର ଟ୍ରାଏଲ ଚାଲିବ । ଭାରତୀୟ କମ୍ପାନୀ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଇଂଲଣ୍ଡର ଆଷ୍ଟ୍ରାଜେନକା ସହ ମିଶି ଏହି ଟିକା ଉତ୍ପାଦନ କରିବ । ପୂର୍ବରୁ ଦୁଇ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇ ସାରିଛି । ଶେଷ ପର୍ଯ୍ୟାୟ ଟ୍ରାଏଲ ସଫଳ ହେବା ପରେ ଉତ୍ପାଦନ ଆରମ୍ଭ ହେବ ।

vaccine covidଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ଆସିବ ବୋଲି ଆଶା କରାଯାଉଛି । ଏନେଇ ଟିକା ଦୌଡ଼ରେ ସବୁଠାରୁ ଆଗରେ ରହିଛି ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ । ଭାରତର ନିଜସ୍ୱ ଦୁଇଟି ଟିକାର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । କୋଭାକ୍ସିନ ଓ ଜିକୋଭ୍‌ ଡି’ର ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ୍‌ ଟ୍ରାଏଲ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.