ସେପ୍ଟେମ୍ବର ୧୦ ସୁଦ୍ଧା କୋର୍ଟରେ ଆତ୍ମ ସମର୍ପଣ କରିବାକୁ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ନିର୍ଦ୍ଦେଶ

କରାଚି : ଭ୍ରଷ୍ଟାଚାର ମାମଲାରେ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛି ପାକିସ୍ତାନର ଏକ କୋର୍ଟ । ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ତାଙ୍କୁ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ତାଙ୍କ ପ୍ରତି ଥିବା ବିଦ୍ୱେଶ ଭାବ ପାଇଁ ସେ ନିଜର ସୂରକ୍ଷା ଦୃଷ୍ଟିରୁ ବର୍ଷେ ହେବ ଲଣ୍ଡନରେ ରହି ଆସୁଛନ୍ତି । ନଓ୍ଵାଜ୍‌ ଶରିଫଙ୍କୁ ଅଲ-ଅଜିଜିଆ ଷ୍ଟିଲ ମିଲ ମାମଲାରେ ୭ ବର୍ଷର ଦଣ୍ଡ ମିଳିଛି । ଶରିଫଙ୍କୁ ଏବେ ୭୦ ବର୍ଷ ବୟସ ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରୀଫ୍ ଭ୍ରଷ୍ଟାଚାର ମାମଲାରେ ଦୋଷି ହୋଇଛନ୍ତି । ପାକିସ୍ତାନର ଏକ ଅଦାଲତ ନଓ୍ବାଜଙ୍କୁ ସେପ୍ଟେମ୍ବର ୧୦ ପୂର୍ବରୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଗତବର୍ଷ ନଭେମ୍ବରରୁ ସେ ଲଣ୍ଡନରେ ରହି ଆସୁଛନ୍ତି । ସେଠାରୁ ଆଉ ସେ ନିଜ ଦେଶକୁ ଫେରିବାର ନାଁ ଧରୁନାହାନ୍ତି । ୭୦ ବର୍ଷିୟ ନଓ୍ଵାଜ୍‌ ଶରିଫଙ୍କୁ ଅଲ-ଅଜିଜିଆ ଷ୍ଟିଲ ମିଲ ମାମଲାରେ ସାତବର୍ଷର ଦଣ୍ଡ ମିଳିଛି ।

ଇସଲାମାବାଦ ହାଇକୋର୍ଟର ଏକ ବେଞ୍ଚ ନଓ୍ଵାଜ୍‌ ଶରିଫ, ମରୟମ ଶରିଫ ଏବଂ ସଫଦରଙ୍କୁ ଦିଆଯାଇଥିବା ଦଣ୍ଡ ବିରୋଧରେ ମଙ୍ଗଳବାର ଆବେଦନ ଶୁଣାଣି କରିଛନ୍ତି । ଏହି ସମୟରେ କୋର୍ଟ କହିଛନ୍ତି ଯେ ଆମେ ଏ ବାବଦରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଦେଉନାହୁଁ । ଲାହୋର ହାଇକୋର୍ଟ ନଓ୍ଵାଜ୍‌ ସରିଫ୍‌ ଚାରି ସପ୍ତାହ ପାଇଁ ବିଦେଶ ଯାତ୍ରା କରିବାର ଅନୁମତି ଦେଇଥିଲେ । କିନ୍ତୁ ଏହାର ସୁଯୋଗ ନେଇ ସେ ସେଠାରୁ ଫେରିନାହାନ୍ତି । ଏନେଇ ନଓ୍ଵାଜ୍‌ ସରିଫ୍‌ଙ୍କ ଓକିଲ କୋର୍ଟରେ କହିଥିଲେ କି ମୋ ମହକିଲଙ୍କ ସ୍ବାସ୍ଥ୍ୟ ଏବେ ଠିକ୍ ନାହିଁ ତେଣୁ ଏବେ ସେ ସେଠାରୁ ଫେରିବା ସମ୍ଭବ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.