Below header

ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ୧୨ ଦିନ ପରେ ବିି ସିବିଆଇ ହାତରେ ହତ୍ୟା ନେଇ କୌଣସି ସୁରାକ୍ ନାହିଁ ସେପଟେ ବିଦ୍ୟା ବାଲନ୍ ବାହାରିଲେ ରିୟାଙ୍କ ସମର୍ଥନରେ

ମୁମ୍ବାଇ : ରିୟାଙ୍କୁ ଗଣମାଧ୍ୟମ ହିଁ ଦୋଷୀ ସଜାଇଛି । ଏଭଳି ନକରିବାକୁ ତାପସୀ ପନ୍ନୁ କହିବା ପରେ ତାଙ୍କୁ ସମର୍ଥନ କରିଛନ୍ତି ଆଉ ଜଣେ ଅଭିନେତ୍ରୀ ଲକ୍ଷ୍ମୀ ମାଞ୍ଚୁ । ସେ ଟତବିଟ୍ କରି ଏଭଳି ନିର‌୍ୟାତନା ବନ୍ଦ କରିବାକୁ କହିଛନ୍ତି । ଆଉ ସବୁଠୁ ବଡ଼ ଖବର ହେଲା ଯେ ଲକ୍ଷ୍ମୀଙ୍କ ଟ୍ଵିଟ୍‌କୁ ରିଟ୍ଵିଟ୍ କରିଛନ୍ତି ବିଦ୍ୟା ବାଲନ୍ । ସେ ଲକ୍ଷ୍ମୀଙ୍କୁ ଜଣେ ସାହସୀ ମହିଳା ବୋଲି କହିଛନ୍ତି ଏବଂ ରିୟାଙ୍କ ସମର୍ଥନରେ ବାହାରି ଥିବାରୁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହା ସହିତ ବିଦ୍ୟା କହିଛନ୍ତି କି ଯେପର‌୍ୟ୍ୟନ୍ତ ଜଣେ ଦୋଷୀ ସାବ୍ୟସ୍ତ ହୋଇନାହିଁ ସେ ନିର୍ଦ୍ଦୋଷ । ଏ ମିଡିଆ ସର୍କସରେ ସେ ଯେଭଳି କଷ୍ଟ ପାଉଛନ୍ତି ତାଙ୍କ ଲାଗି ମୋତେ ଖୁବ୍ ଦୁଃଖ ଲାଗୁଛି । ଆମେ ଆମ ସମ୍ବିଧାନକୁ ସମ୍ମାନ ଦେବା ସହ ଆଇନ୍‌କୁ ତା ବାଟରେ ଯିବାକୁ ଦେବା ଉଚିତ ବୋଲି ବିଦ୍ୟା ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି ।

ରିୟାଙ୍କ ବାପା ମା ଏବଂ ଭାଇଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି ସିବିଆଇ ଅଧିକାରୀ 

ଗତ ୧୨ ଦିନ ଧରି ସିବିଆଇ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତନାଘନା କରୁଛି । ହେଲେ ଏଯାଏ ସୁଶାନ୍ତଙ୍କ ହତ୍ୟା କରାଯାଇଥିବା ନେଇ କିଛି ଠୋସ୍ ପ୍ରମାଣ ମିଳି ପାରିନାହିଁ । ଏପଟେ ଆଜି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ବି ସିବିଆଇ ଅଧିକାରୀ ଜେରା କରିଛନ୍ତି । ତାଙ୍କ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଛନ୍ତି । ରିୟାଙ୍କ ସହିତ ତାଙ୍କ ବାପା ମା ଏବଂ ଭାଇ ସୌଭିକଙ୍କୁ ମଧ୍ୟ ଅନେକ ପ୍ରଶ୍ନ ପଚାରିଛନ୍ତି ସିବିଆଇ ଅଧିକାରୀ ।

ଅନ୍ୟପକ୍ଷରେ ଆଜି ମଧ୍ୟ ପୁଣି ଥରେ ସିଦ୍ଧାର୍ଥ ପିଠାନି, ଶ୍ରୁତି ମୋଦି, ନୀରଜ ଓ କେଶବଙ୍କୁ ସିବିଆଇ ପଚରା ଉଚରା କରିଛି । ସେହିପରି ମୁମ୍ବାଇର ବ୍ୟବସାୟୀ ସୁବିତ ଲୋହିୟାଙ୍କୁ ମଧ୍ୟ ଜେରା କରାଯାଇଥିବା ଜଣାଯାଇଛି । ଅନ୍ୟପଟେ ରିୟା ଗଣମାଧ୍ୟମ ବିରୋଧରେ ଏତଲା ଦେଇଛନ୍ତି । ସୁଶାନ୍ତ ମାମଲାରେ ତାଙ୍କର କିଛି ସଂପୃକ୍ତି ଓ ଦୋଷ ନଥିଲେ ମଧ୍ୟ ତାଙ୍କୁ ଗଣମାଧ୍ୟମ ମୁଖ୍ୟ ଦୋଷୀ କରି ସଜାଇ ସାରିଲାଣି । ତେଣୁ ସେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଏଭଳି ସବୁ ଖବରକୁ ରୋକିବା ପାଇଁ ମାମଲା ରୁଜୁ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.