ପାକିସ୍ତାନ ରେଳ ମନ୍ତ୍ରୀଙ୍କ ମୁହଁରେ ଭାରତୀୟ ଗାୟକଙ୍କ ନାଁ

ପାକିସ୍ତାନ ନେତାଙ୍କ ମୁହଁରେ ପୁଣି ଭାରତୀୟ ଗାୟକଙ୍କ ନାଁ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହଁ ଏମିତି ହିଁ ଏକ ବୟାନ ଦେଇଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ। ତାଙ୍କ ଅନୁସାରେ ପ୍ରାୟ ୯ ମାସ ଜେଲରେ ଥିବା ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ ସରିଫଙ୍କୁ ସେଠାରେ ଭାରତୀୟ ଗାୟକ ମୁକେଶ କୁମାରଙ୍କ ଗୀତ ଶୁଣାଯିବା ଦରକାର। ଖାଲି ଏତିକି ନୁହେଁ ସରିଫଙ୍କୁ ଏକ ଟେପ ରେକର୍ଡର ସମେତ ପ୍ରଖ୍ୟାତ ଭାରତୀୟ ପ୍ରଚ୍ଛଦ ପଟ ଗାୟକ ମୁକେଶ କୁମାରଙ୍କ ଗୀତ ଗୁଡିକର ଏକ ସଂଗ୍ରହ ମଧ୍ୟ ଯୋଗାଯିବା ଉଚିତ। ସୂଚନା ଅନୁଯାୟୀ, ୬୯ ବର୍ଷୀୟ ନୱାଜ ସରିଫ ବହୁ ଚର୍ଚ୍ଚିତ ପାନାମା ପେପର୍ସ ଦୁର୍ନୀତି ମାମଲାରେ ୨୮ ଜୁଲାଇ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ତାଙ୍କୁ ୭ ବର୍ଷ କାରାଦଣ୍ଡ ମଧ୍ୟ ହୋଇଥିଲା ।

ଏଣୁ ଗତ ବର୍ଷ ଡିସେମ୍ବର ୨୪ ତାରିଖରୁ ହିଁ ସେ ଜେଲରେ ଦଣ୍ଡ ଭୋଗୁଛନ୍ତି । ଅନ୍ୟ ପକ୍ଷରେ ଆଉ ଏକ ଘଟଣା ମଧ୍ୟ ସାମ୍ନା କୁ ଆସିଛି । ବର୍ତମାନର ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଗତ ଜୁଲାଇ ମାସରେ ହିଁ ଆମେରିକା ଗସ୍ତ କରିଥିଲେ । ଏହି ସମୟରେ ଆମେରିକାରେ ବସବାସ କରୁଥିବା ପାକିସ୍ତାନ ଅଧିବାସୀଙ୍କ ସହ ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ସମୟରେ ଆମେରିକାରେ ବସବାସ କରୁଥିବା ପାକିସ୍ତାନ ଅଧିବାସୀଙ୍କ ସହ ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଇମ୍ରାନ କହିଥିଲେ ସ୍ବଦେଶ ଫେରିବା ପରେ ହିଁ ସେ ନୱାଜ ରହୁଥିବା ଲକ୍ଷପାତ ଜେଲରେ କୌଣସି ପ୍ରକାର ସୁବିଧା ସୁଯୋଗ ଯେପରି ଯୋଗା ଯାଇ ପାରିବ ନାହିଁ ସେ ବିଷୟରେ ତଦାରଖ କରିବେ।

 

ଏହା ସହ ପଢନ୍ତୁ:

ଇମ୍ରାନଙ୍କୁ ଲାଗିବ ଆଉ ଏକ ଝଟକା, ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ

ତାଙ୍କୁ କିପରି ଶୀତତାପ ନିୟନ୍ତ୍ରିତ କୋଠରୀ ଯୋଗାଯିବ ନାହିଁ ସେ ସମ୍ପର୍କରେ ଅବଗତ ହେବେ । ବର୍ତମାନ  ରେଳମନ୍ତ୍ରୀ ରସିଦଙ୍କୁ ଯେତେବେଳେ ନୱାଜଙ୍କ ଏୟାର କଣ୍ଡିସନିଂ ସୁବିଧା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ ଯେ ସେ କୌଣସି ନେତାଙ୍କ ସୁବିଧା ଉଠାଇବା ବିରୋଧରେ ନାହାନ୍ତି । କିନ୍ତୁ ନୱାଜଙ୍କ ସମେତ ଅନ୍ୟ କାରବାସୀଙ୍କୁ ମଧ୍ୟ ସଂଗୀତର ଅନନ୍ୟ ସୁବିଧା ନିହାତି ଯୋଗାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି । ଶତ୍ରୁ ରାଷ୍ଟ୍ରର ନେତାଙ୍କ ମୁହଁରେ ଭାରତୀୟ ଗାୟକଙ୍କ କଥା ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.