Below header

ପାକିସ୍ତାନକୁ ଘାରିଛି ଯୁଦ୍ଧ ଭୟ, କାଳେ ଆକ୍ରମଣ କରିବକି ଭାରତ ?

ଗତ ୧୪ ତାରିଖରେ ହୋଇଥିଲା ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ । ୪୦ରୁ ଅଧିକ ଭାରତୀୟ ଯବାନ୍‌ ସହିଦ ହେଲେ । ଯାହାକୁ ସାରା ବିଶ୍ୱ ନିନ୍ଦା କଲା । ହେଲେ ପାକିସ୍ତାନ ଚୁପ୍‌ ରହିଲା । ଏହାର ଗଣମାଧ୍ୟମ ଆକ୍ରମଣକାରୀ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଲେ । ଆଉ ଘଟଣାର ୬ ଦିନ ପରେ ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମୁହଁ ଖୋଲିଛନ୍ତି । କହିଛନ୍ତି ପାକିସ୍ତାନର ହାତ ଅଛି ବୋଲି ପ୍ରମାଣ ଦିଅ । ଏମିତିକି ଆତଙ୍କବାଦକୁ ତାଙ୍କ ଦେଶ ପ୍ରୋତ୍ସାହନ ଦେଉ ନାହିଁ ବୋଲି ଡାହ ମିଛ କଥା ବି କହି ପକାଇଛନ୍ତି । ଆଉ ଶେଷରେ କହିଛନ୍ତି ଭାରତ ଯଦି ପାକିସ୍ତାନକୁ ଆକ୍ରମଣ କରେ ତେବେ ସେମାନେ ବି ପୂରା ଜବାବ୍‌ ଦେବେ ।

INDIA-PAK FLAG-2
ତେବେ ଗୋଟିଏ କଥା ସମସ୍ତେ ଜାଣନ୍ତି ଯେ ଭାରତବାସୀ ବା ଅଧିକାଂଶ ଜନସାଧାରଣ ପାକିସ୍ତାନ ସହ ଯୁଦ୍ଧ ପାଇଁ କହୁଛନ୍ତି ହେଲେ ସରକାର କିମ୍ବା ବୁଦ୍ଧିଜୀବୀ ଏକଥା ଉଠାଇ ନାହାନ୍ତି । ଖାଲି ସୀମାରେ ଟିକେ ସମରସଜ୍ଜା ଦେଖି ବୋଧହୁଏ ଡରି ଯାଇଛି ପାକିସ୍ତାନ । ସେଥିଲାଗି ଇମ୍ରାନ୍‌ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଅତୀତରୁ ଏପର୍ଯ୍ୟନ୍ତ ଯାହା ଆଦୌ ସମ୍ଭବ ହୋଇ ପାରିନାହିଁ ।
ଅନ୍ୟପକ୍ଷରେ ପାକିସ୍ତାନ ଡରିଯିବାର ଆଉ ଏକ ଉଦାହରଣ ହେଉଛି ଏବେ ଏହା ଜାତିଂସଘର ଦ୍ୱାରସ୍ଥ ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ୍‌ କରିବାକୁ ତୁରନ୍ତ ଏହାର ହସ୍ତକ୍ଷେପ ଲୋଡ଼ିଛି । ଘରୋଇ ରାଜନୈତିକ ଦ୍ୱନ୍ଦ୍ୱ ଯୋଗୁଁ ପୁଲଓ୍ଵାମା ଘଟଣାରେ ପାକିସ୍ତାନକୁ ଦୋଷ ଦେଇଛନ୍ତି ଭାରତ ସରକାର । ଏକଥା ଚିଠି ଲେଖି ଜାତିସଂଘକୁ ଜଣାଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ ମହମ୍ମଦ କସୁରି । ଏମିତିକି ସିନ୍ଧୁ ନଦୀ ଜଳ ଚୁକ୍ତିରୁ ଭାରତ ହଟିଯାଇ ପାରେ ବୋଲି ଆଶଙ୍କା ପ୍ରକଟ କରିଛି । ଯାହା ପାକିସ୍ତାନର ଡରକୁ ସ୍ପଷ୍ଟ କରିଛି । କାରଣ ଏହି ଚୁକ୍ତିରୁ ଭାରତ ହଟିଗଲେ ପାକିସ୍ତାନ ପାଣି ପାଇଁ ଡହଳ ବିକଳ ହେବ । ପାକିସ୍ତାନ ଲେଖିଥିବା ଚିଠିକୁ ଜାତିସଂଘର ସବୁ ସଦସ୍ୟଙ୍କ ନିକଟକୁ ପଠାଇବା ଲାଗି ମଧ୍ୟ ବୈଦେଶିକ ମନ୍ତ୍ରୀ ନିବେଦନ କରିଛନ୍ତି । ଆହୁରି ମଧ୍ୟ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଭାରତ ୨୦୦ ପ୍ରତିଶତ ଟିକସ ବସାଇ ଏହାକୁ ବଡ଼ ଝଟକା ଦେଇଥିଲା । ତେଣୁ ଧୀରେ ଧୀରେ ସମସ୍ୟାର ଅକଟୋପସ୍‌ ଏହାକୁ ଜାବୁଡ଼ି ଧରିଲାଣି ।

UN-3
ଫେବ୍ରୁଆରୀ ୧୪ ଥିଲା ଭାଲେଣ୍ଟାଇନ୍‌ ଡେ । ଯେଉଁଦିନ ସାରା ବିଶ୍ୱ ପ୍ରେମର ବାର୍ତ୍ତା ବାଣ୍ଟୁଥିଲା ସେହିଦିନ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଆମର ସିଆରପିଏଫ୍‌ ଯବାନଙ୍କୁ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ଭେଟି ଦେଇଥିଲେ ମୃତ୍ୟୁ । ଏଥିରେ ପାକିସ୍ତାନ ସେନା ଓ ଆଇଏସ୍‌ଆଇର ହାତ ଅଛି ବୋଲି ମଧ୍ୟ ପ୍ରମାଣ ଯୋଗାଡ଼ କରିଛି ଭାରତୀୟ ସେନା । ତେଣୁ ଯିଏ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ଭାଷା ଜାଣେ ନାହିଁ ତାକୁ କେଉଁ ଦୃଷ୍ଟିରୁ ବିଶ୍ୱାସ କରିହେବ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.