ନୂଆବର୍ଷରେ ପାକିସ୍ତାନ ପକ୍ଷରୁ ଜାମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲଂଘନ

ରାଜୋରି(କେନ୍ଯୁଜ୍) : ଜାମ୍ମୁ ଓ କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ନୂଆବର୍ଷରେ ଅସ୍ତ୍ରବିରତି ଉଲଂଘନ କରାଯାଇଛି। ନୂଆବର୍ଷ ପାଇଁ ସମଗ୍ର ବିଶ୍ୱ ଉତ୍ସବ ମୁଖରିତ ଥିବା ବେଳେ ପାକିସ୍ତାନ ତାର ନିନ୍ଦନୀୟ କାର‌୍ୟ୍ୟକୁ ବନ୍ଦ କରି ନାହିଁ। ଆଜି ସକାଳୁ ସକାଳୁ ପାକିସ୍ତାନୀ ସେନା ପକ୍ଷରୁ ପୁଞ୍ଚରେ ଥିବା ଭାରତୀୟ ଆଡ୍‌ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରାଯାଇଛି। ତେବେ ପାକିିସ୍ତାନର ଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ହୋଇ ଥିବାର ନେଇ କୌଣସି ଖବର ମିଳିନାହିଁ । କିନ୍ତୁ ପ୍ରତିବଦଳରେ ଭାରତୀୟ ସେନା ମଧ୍ଯ ଏହାର ମୁହଁତୋଡ ଜବାବ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.