ଥମିବାର ନାଁ ଧରୁନି ସାମ୍ବାଦିକଙ୍କ ଉପରେ ଅତ୍ୟାଚାର, ଜି ନ୍ୟୁଜ୍‌ ଏଡିଟର ସୁଧୀର ଚୌଧୁରୀଙ୍କୁ ପାକିସ୍ତାନରୁ ହତ୍ୟା ଧମକ

ବରିଷ୍ଠ ସାମ୍ବାଦିକ ତଥା ଜି ନ୍ୟୁଜ୍‌ର ଏଡିଟର ସୁଧୀର ଚୌଧୁରୀଙ୍କ ଜୀବନରେ ଅଶାନ୍ତି ଥମିବାର ନାଁ ଧରୁନି। ପ୍ରଥମେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ତାଙ୍କୁ ଜୀବନରୁ ମାରି ଦେବାକୁ ମିଳିଛି ଧମକ। ସୋମବାର ସୁଧୀରଙ୍କୁ ପାକିସ୍ତାନରୁ ଫୋନ୍‌ ଯୋଗେ ହତ୍ୟା ଧମକ ମିଳିଛି। ତାଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ପାକିସ୍ତାନରୁ ଏକାଧିକ ମୋବାଇଲ ନମ୍ବରରୁ ଉସୁକାଇବା ଭଳି ଫଟୋ ଓ ମେସେଜ୍‌ ଆସିଛି। ଏନେଇ ସେ ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି।

Congress is attempting to muzzle voice of media', says Sudhir ...

ସୁଧୀର ଚୌଧୁରୀଙ୍କୁ ହ୍ଵାଟ୍ସଆପ୍‌ରେ କଲ୍‌ କରି ଦୁର୍ବୃତ୍ତମାନେ ହତ୍ୟା ଧମକ ଦେଇଛନ୍ତି। କଲ୍‌ ମାଧ୍ୟମରେ ତାଙ୍କୁ ଡରେଇବାକୁ ମଧ୍ୟ ସେମାନେ ଚେଷ୍ଟା କରିଥିଲେ। ଫୋନ୍‌ କରି ଜଣେ ଯୁବକ ତାଙ୍କୁ ଧମକ ଦେଇଥିଲା ଯେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ତାଙ୍କ କହିବାନୁସାରେ ସାମ୍ବାଦିକଙ୍କ ବିରୋଧରେ କେରଳରେ ରୁଜୁ ହୋଇଥିବା ମାମଲା ବିଷୟରେ ସେ ଜାଣିଛନ୍ତି ଓ ଖୁବ୍‌ଶୀଘ୍ର ଏଭଳି ଅଭିଯୋଗ ଦିଲ୍ଲୀ, ମହାରାଷ୍ଟ୍ର ଓ ପଞ୍ଜାବରେ ମଧ୍ୟ ରୁଜୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.