ପଖତୁନଖା ର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ , ୨୪ ଘଣ୍ଟାରେ ଅଟା ଶସ୍ତା ନହେଲେ ନିଜ କପଡ଼ା ବିକିଦେବି

ଇସଲାମବାଦ : ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଜର ଗାଦି ସମ୍ଭାଳିବାର ୪୦ ଦିନ ବିତି ନାହିଁ ଦେଶରେ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ଦଳ ତାଙ୍କୁ ଘେରିଲେଣି । ଦେଶରେ ବୃଦ୍ଧି ପାଇଥିବା ଦରଦାମ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀତାର ଅଭାବ ବୋଲି କହିଛନ୍ତି ନୂଆ ପ୍ରଧାନମନ୍ତ୍ରୀ ।

ପାକ୍‌ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ୨୪ ଘଣ୍ଟା ଭିତରେ ୧୦ କେଜି ଅଟା ପ୍ୟାକେଟର ଦାମ୍‌ ୪୦୦ ଟଙ୍କା ନହେଲେ ସେ ନିଜ କପଡ଼ା ବିକି ଶସ୍ତା ଅଟ ଦେବେ ବୋଲି ଖେବର ପଖତୁନଖାର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଛନ୍ତି ।

ରବିବାର ଠାକରା ଷ୍ଟାଡିୟମରେ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ପାକ ପ୍ରଧାନମନ୍ତ୍ରୀ କହିଥିଲେ ‘ ମୁଁ ପୁଣି ମୋ କଥା ଦୋହରାଉଛି, ମୁଁ ମୋର କପଡ଼ା ବିକିବି ଓ ଲୋକଙ୍କୁ ସବୁଠୁ ଶସ୍ତା ଅଟା ଦେବି ।’’ ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପ୍ରତି ଅଙ୍ଗୁଳି ଉଠାଇ ସେ କହିଥିଲେ ଯେ ପୂର୍ବ ପ୍ରଧାନମନ୍ତ୍ରୀ ଦେଶକୁ ସବୁଠୁ ମହଙ୍ଗା ବେରୋଜଗାରୀ ସ୍ଥାନକୁ ନେଇଯାଇଛନ୍ତି ।

ପିଏମ ଶରିଫ ଇମରାନଙ୍କ ସରକାରକୁ ନିନ୍ଦା କରି କହିଥିଲେ ଯେ ୫୦ ଲକ୍ଷ ଘର ଓ ୧ କୋଟି ଚାକିରି ଦେବାକୁ କହିଥିବା ପୂର୍ବ ସରକାର ଦେଶକୁ ଆର୍ଥିକ ସଂକଟ ମଧ୍ୟକୁ ଠେଲି ଦେଇଛନ୍ତି । ସେ ଲୋକଙ୍କୁ ସମ୍ବୋଧିତ କରି ଆହୁରି କହିଥିଲେ –‘ମୁଁ ଆପଣଙ୍କ ଆଗରେ ସତ୍ୟନିଷ୍ଠ ଭାବେ ଘୋଷଣା କରୁଛି କି ମୁଁ ମୋ ଜୀବନ ଦେଇଦେବି ହେଲେ ଦେଶକୁ ସମୃଦ୍ଧି ଓ ବିକାଶ ରାସ୍ତାରେ ନେବି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.