ସ୍ବଦେଶ ଫେରିବେ ପାକିସ୍ତାନ ବାସିନ୍ଦା ଇମ୍ରାନ କ୍ୟୁରେସୀ

ନୂଆଦିଲ୍ଲୀ : ଶେଷରେ ଘରକୁ ଫେରିବେ ପାକିସ୍ତାନ ବାସିନ୍ଦା ଇମ୍ରାନ କ୍ୟୁରେସୀ ୱାର୍ସି। ପ୍ରେମିକାକୁ ବିବାହ କରିବାକୁ ୨୦୦୩ରେ ଭାରତ ଆସିଥିଲେ। ବୈଧ ଭିସା ନେଇ ଆସିଥିଲେ ମଧ୍ୟ ସେ ଭାରତରେ ରହିଯାଇଥିଲେ। ପରେ ଭିସା ଅବଧି ବୃଦ୍ଧି କରିବାକୁ ପ୍ରୟାସ କଲା ବେଳେ ୪ବର୍ଷ ପରେ ତାଙ୍କୁ ପୋଲିସ ଧରିନେଇଥିଲା। ତାଙ୍କ ବିରୋଧରେ ଗୁପ୍ତଚର ବୃତ୍ତି ଅଭିଯୋଗ ଆସିଥିଲା। ୨୦୦୮ରେ ଭୋପାଳର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ତାଙ୍କ ବିରୋଧରେ ଗୁପ୍ତଚର ବୃତ୍ତି ନେଇ କୌଣସି ପ୍ରମାଣ ମିଳିପାରିନାହିଁ।

Pak-prisoner

ଜେଲରୁ ମୁକୁଳିବା ପରେ ଭାରତର ଜେଲରେ ତାଙ୍କୁ ପରିବାର ସଦସ୍ୟ ଭଳି ବ୍ୟବହାର କରାଯାଇଥିବା କହିଛନ୍ତି ଇମ୍ରାନ କ୍ୟୁରେସୀ ୱାର୍ସି । କରାଚୀର ମୂଳ ବାସିନ୍ଦା ଇମ୍ରାନଙ୍କ ଜେଲ ଅବଧି ଗତ ଜାନୁଆରି ୧୯ରେ ଶେଷ ହୋଇଥିଲା। ଏହାପରେ ତାଙ୍କୁ ଜେଲରେ ବିଦେଶୀଙ୍କ ପାଇଁ ଉଦିଷ୍ଟ ସେଫ ହାଉସରେ ରଖାଯାଇଥିଲା। ୨୬ତାରିଖରେ ସେ ୱାଘା-ଅଟ୍ଟାରୀ ବର୍ଡର ଦେଇ ପାକିସ୍ତାନ ଯିବେ। ଗତ କିଛିଦିନ ତଳେ ଜଣେ ଭାରତୀୟ ନାଗରିକ ହମିଦ ଅନସାରୀ ପାକିସ୍ତାନ ଜେଲରେ ୬ବର୍ଷ ଜେଲଦଣ୍ଡ କାଟି ସ୍ୱଦେଶ ଫେରିଛନ୍ତି।

You might also like