Below header

କାଳିଆ ରାଜନୀତି ଜୋର୍ : ୧୮ ବର୍ଷ ଧରି ଅବହେଳା କରି ଆସୁଥିଲେ ସରକାର, ଅଭିଯୋଗ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ବର (କେନ୍ୟୁଜ୍) :କାଳିଆ ଯୋଜନାକୁ ଲାଗୁ କରିବା ପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରୟାସ । କୃଷି, ସମବାୟ ଓ ରାଜସ୍ୱ ବିଭାଗ ଏ ଯୋଜନାର କାର‌୍ୟ୍ୟକାରିତାକୁ ତଦାରଖ କରିବେ ବୋଲି ଜଣାପଡିଛି। କାଳିଆ ଯୋଜନାକୁ ନେଇ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଜବାବରେ ବିଜେଡି କହିଛି ରାଜନୀତି ନୁହେଁ ଚାଷୀଙ୍କ ବିକାଶ ପାଇଁ ଏହି ଐତିହାସିକ ଯୋଜନା ଲାଗୁ କରାଯାଇଛି ।

ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା କାଳିଆକୁ ନେଇ ପୋଷ୍ଟମର୍ଟମ ଆରମ୍ଭ । ‘କାଳିଆ’ କେତେ ସଶକ୍ତ କରିବ ରାଜ୍ୟର ଚାଷୀଙ୍କୁ ? ଚାଷୀଙ୍କ ଆର୍ଥିକ କ୍ଷେତ୍ରରେ ଆଣିପାରିବ କି ପରିବର୍ତ୍ତନ ? ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଯୋଜନା ଲାଗୁ ପାଇଁ ସରକାରୀ ସ୍ତରରେ ପ୍ରକାଶ ପାଇଛି ତତ୍ପରତା । ଏହି ଯୋଜନାରେ କୃଷି, ସମବାୟ ଓ ରାଜସ୍ୱ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ରାଜ୍ୟର ବହୁ ଚାଷୀ ସମବାୟ ବିଭାଗ ଜରିଆରେ ଜଡ଼ିତ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମବାୟ ବିଭାଗର ଦାୟିତ୍ୱ ଆଇଏଏସ ଅଫିସର କିଷନ କୁମାରଙ୍କୁ ଦେଇଛନ୍ତି। ସେପଟେ କାଳିଆ ଯୋଜନାକୁ ନେଇ ଜୋର ଧରୁଛି ରାଜନୀତି ।

naveen 2

ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁସିଂଘଭି କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି କହିଛି, କେବଳ ଚାଷୀଙ୍କୁ ବାଟବଣା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । କୃଷିଋଣ ଛାଡ଼ ଦାବିକୁ ଆହୁରି ଫୋକସ କରାଯିବ । ନବ ନିର୍ମାଣ କୃଷକ ସଙ୍ଗଠନ କହିଛି, କୃଷକଙ୍କ ପାଇଁ ପୂର୍ବରୁ ଏହି ସବୁ ଯୋଜନା ଥିଲା । ଏବେ ପୁରୁଣା ଡ୍ରେସ୍କୁ ନୂଆ ପ୍ୟାକିଂ କରାଯାଇଛି। ଆଗକୁ ଜୋରଦାର ଆନ୍ଦୋଳନ ହେବ।

ରାଜ୍ୟ ସରକାର କାହିଁକି କୃଷି ଋଣ ଛାଡ଼ କଲେନି ? କ’ଣ ପାଇଁ କାଳିଆ ଯୋଜନା ଲାଗୁ କଲେ ? ରାଜ୍ୟ ସରକାର କହିଛନ୍ତି, ଓଡ଼ିଶାରେ ଏବେ ୩୨ ଲକ୍ଷ କୃଷକ ପରିବାର ଅଛନ୍ତି। କାଳିଆ ଯୋଜନା ମାଧ୍ୟମରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ। କ୍ଷୁଦ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ଭୂମିହୀନ ଚାଷୀଙ୍କୁ ମଧ୍ୟ ଏଥିରେ ସୁବିଧା ମିଳିବ। ହେଲେ କୃଷିଋଣ ଛାଡ଼ ହୋଇଥିଲେ କେବଳ ୮ ଲକ୍ଷ ଚାଷୀଙ୍କୁ ସୁବିଧା ମିଳିଥାନ୍ତା। ଏଥିସହ ବିରୋଧୀଙ୍କ ଦାବି ପଛରେ ରାଜନୀତିର ଗନ୍ଧ ବାରିଛି ଶାସକ ଦଳ।

କଂଗ୍ରେସ ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସରକାର କୃଷିଋଣ ଛାଡ଼ କରିବା ପରେ ଓଡ଼ିଶାରେ ଏବେ ଫୋକସରେ ଚାଷୀ ସମସ୍ୟା । ଆସନ୍ତା ୮ ତାରିଖରେ ଚାଷୀ ପ୍ରସଙ୍ଗରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଆନ୍ଦୋଳନକୁ ଓହ୍ଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.