Below header

ଫଟୋରେ କମେଣ୍ଟ ଦେଖି ଦୁଃଖି ହୋଇଥିବା ମହିଳା କରିବାକୁ ଯାଉଥିଲେ ଲାଇଭ ସୁଇସାଇଡ଼, କିନ୍ତୁ …

ଦୁବାଇ : ସାରା ଦୁନିଆ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ମାତ୍ରାରେ ବ୍ୟସ୍ତ ରହୁଛି। କହିବାକୁ ଗଲେ ସୋସିଆଲ ମିଡ଼ିଆ ଆମ ଜୀବନ ସହ ବହୁ ମାତ୍ରାରେ ଯୋଡ଼ି ହୋଇରହିଛି। ଏହାର ଭଲ ଏବଂ ଖରାପ ଉଦ୍ଭୟ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ବେଳେବେଳେ ଏନେଇ କିଛି ଅଘଟଣ ମଧ୍ୟ ଘଟିଥାଏ ଯାହା ବିଷୟରେ କିଏ ଭାବି ମଧ୍ୟ ନଥାନ୍ତି। ଏପରି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି ଦୁବାଇର ସାରାଜାହା ଅଲ ନାହାଦା ଅଞ୍ଚଳରେ । ଜଣେ ମହିଳାଙ୍କ ସୋସିଆଲ ମିଡ଼ିଆ ଫଟୋରେ ଆସିଥିବା କମେଣ୍ଟରେ ଦୁଃଖି ହୋଇ ଲାଇଭ ଅତ୍ମହତ୍ୟା କରିବା ପାଇଁ ବାହାରିଥିଲେ। କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଯିବାରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା। ଆସନ୍ତୁ ଜାଣିବା କଣ ଥିଲା ସଂପୂର୍ଣ୍ଣ ଘଟଣା।

suicideman

ପୋଲିସ ସୂଚନା ଅନୁଯାୟୀ, ଜଣେ ମହିଳାଙ୍କୁ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋରେ ଟ୍ରୋଲ କରାଯାଇଥିଲା। ସେନେଇ ସେ ମାନସିକ ଚାପରେ ରହିଥିବା ସହ ସେହି କଥାକୁ କେନ୍ଦ୍ର କରି ରାତିଅଧାରେ ଅତ୍ମହତ୍ୟା କରିବାର ଲାଇଭ ଭିଡ଼ିଓ ପ୍ରସ୍ତୁତ କରିବେ ବୋଲି କହିଥିଲେ। ମହିଳାଙ୍କ ଆତ୍ମହତ୍ୟା କରିବା ମେସେଜଟି ଭାଇରାଲ ହେବା ସହ କଥାଯାଇ ପହଞ୍ଚିଥିଲା ପୋଲିସ ପାଖରେ । ଯାହାପରେ ଭିଡ଼ିଓ କରିବା ପାଇଁ ମହିଳା ଜଣଙ୍କ ପ୍ରସ୍ତୁତ ହେଉଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତାଙ୍କୁ ରକ୍ଷା କରିଥିଲା।

ପୋଲିସ ପୀଡ଼ିତା ମହିଳାଙ୍କ ପରିଚୟ ଗୁପ୍ତ ରଖିଥିବା ବେଳେ ସେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି। ତେବେ ମହିଳାଙ୍କର ଏବେ କାଉସଲିଂ ଚାଲିଥିବା ବେଳେ ତାଙ୍କୁ ପୋଲିସ ଦାୟିତ୍ବରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.