Below header

ବିଟିଙ୍ଗ ରିଟ୍ରିଟ ବେଳେ ଭାରତର ରୋବ୍‌ରେ ଖସିପଡ଼ିଲା ପାକିସ୍ତାନୀ ଯବାନ୍‌ଙ୍କ ପଗଡ଼ି, ଭିଡିଓ ଭାଇରଲ

ଜମ୍ମୁ କଶ୍ମୀରକଠୁ ବିଶେଷ ରାଜ୍ୟର ମାନ୍ୟତା ଛାଡ଼ି ନେବା ପରେ ଭାରତ ଏବଂ ପାକିସ୍ତାନ ସମ୍ପର୍କ ମଧ୍ୟରେ ତିକ୍ତତା ବଢିଯାଇଛି । ସେଥିପାଇଁ ବର୍ତ୍ତମାନ ଟ୍ୱିଟର ଏବଂ ଫେସବୁକରେ ଲୋକ ପାକିସ୍ତାନକୁ ଟ୍ରୋଲ କରିବାରେ ଲାଗି ପଡିଛନ୍ତି । ଏହି ସମୟରେ ଜଣେ ୟୁଜର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ପାକିସ୍ତାନର ଲୋକମାନଙ୍କ ମୁଣ୍ଡ ଲାଜରେ ନାଇଁ ଯାଉଛି । ଏହି ଭିଡିଓରେ ବିଟିଙ୍ଗ ରିଟ୍ରିଟ ସମୟରେ ଜଣେ ପାକିସ୍ତାନୀ ରେଞ୍ଜର ନିଜ ଦେଶର ସମ୍ମାନକୁ ତଳେ ପକାଇ ଦେଇଛନ୍ତି ।

;

ଟ୍ୱିଟରରେ ଭାଇରଲ ହୋଇଥିବା ଏହି ଭିଡିଓକୁ ଆପଣ ଦେଖି ପାରୁଥିବେ ବିଟିଙ୍ଗ ରିଟ୍ରିଟ ସମୟରେ କିଭଳି ଭାବେ ପାକିସ୍ତାନୀ ରେଞ୍ଜର ନିଜର ସନ୍ତୁଳନ ହରାଇ ପଡି ଯାଉଛନ୍ତି । ଠିକ ସେହି ସମୟରେ ଅନ୍ୟଜଣେ ପାକିସ୍ତାନୀ ରେଞ୍ଜର ତାଙ୍କୁ ସାହାରା ଦେଇ ପଡିବାରୁ ବଞ୍ଚାଉଛନ୍ତି ଏବଂ ଏହା ଭିତରେ ତାଙ୍କ ମୁଣ୍ଡରୁ ପଗଡି ମଧ୍ୟ ଖସି ପଡିଛି ।

ଏହାସହ ପଢନ୍ତୁ ଗର୍ଭବତୀ ମହିଳାଙ୍କ କଷ୍ଟ କମ କରିବା ପାଇଁ ହସ୍ପିଟାଲ ନେଲା ଏଭଳି ପଦକ୍ଷେପ

ଏହି ଭାଇରଲ ଭିଡିଓ ଅଟାରି-ବାଧା ବର୍ଡ଼ରର ଅଟେ । ଏହି ଭିଡିଓ କେତେବେଳେ ସୁଟ ହେଲା ଏବଂ କିଏ କଲା ସେ ବିଷୟରେ କିଛି ଜଣାପଡିନାହିଁ କିନ୍ତୁ ଭିଡ଼ିଓଟି ଅତି ଖୁବଶୀଘ୍ର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଟ୍ୱିଟରରେ ଏହି ଭିଡିଓକୁ ହଜାର ହଜାର ଲୋକ ଲାଇକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.