ହିମାଚଳରେ ପ୍ରବଳ ବର୍ଷା; ଧୋଇଗଲାଣି ୫ଟି ଜାତୀୟ ରାଜପଥ, ୧୦ ମୃତ

ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଅନେକ ସ୍ଥାନରେ ବାଦଲ ଫାଟି ବର୍ଷା ହେବାରୁ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରବଳ ବର୍ଷାରେ ୫ଟି ଜାତୀୟ ରାଜପଥ ସହ ୩୫୦ ରାସ୍ତା ଏପର୍ଯ୍ୟନ୍ତ ଧୋଇଗଲାଣି। ବର୍ଷା ଫଳରେ ୧୨୯ ମାର୍ଗ ବନ୍ଦ ହୋଇପଡିଛି। ପ୍ରବଳ ବର୍ଷାରେ ଘରଦ୍ୱାର ଭାଙ୍ଗିଯିବା ସହ ସମସ୍ତ ଟ୍ରେନକୁ ମଧ୍ୟ ବାତିଲ କରିଦିଆଯାଇଛି। ବିଭିନ୍ନ ସ୍ଥାନରେ ଲୋକମାନେ ଫଶି ରହିଛନ୍ତି।

road

ପ୍ରବଳ ବର୍ଷା ଯୋଗୁଁ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାବି ଏବଂ ବ୍ୟାସ ନଦୀର ବନ୍ୟା ପାଣି ଆସି ଘରେ ପଶିଗଲାଣି। ବର୍ଷାରେ ଫଶିଥିବା ଅନେକ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ଅନେକ ସଡକରେ ଥିବା ପୋଲ ମଧ୍ୟ ଧୋଇଗଲାଣି। ଏହି କାରଣ ଯୋଗୁଁ ମନାଲୀ-ଲେହ, ଧର୍ମଶାଳା-ଗଗଲ ଏବଂ ଭରମୋର-ପଠାନକୋଟ ଜାତୀୟ ରାଜପଥରେ ଯାନବାହନ ଯିବା ଆସିବା ପ୍ରଭାବିତ ହୋଇଛି। ଏହା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣିମହେଶ ଯାତ୍ରାକୁ ବାତିଲ କରାଯାଇଛି।

ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ୪୭୪ କୋଟି ଟଙ୍କା କ୍ଷତି

pradesh

ବର୍ଷା ଯୋଗୁଁ ରାଜ୍ୟରେ ମୋଟ ୪୭୪ କୋଟି ଟଙ୍କାର କ୍ଷତି ଘଟିଛି। ଯେଉଁଥିରେ ୨୯୦ କୋଟି ନିର୍ମାଣ ବିଭାଗ ଏବଂ ୧୬୭ କୋଟି ଟଙ୍କା ଆଇପିଏଚର ବରବାଦ ହୋଇଛି। ହିମାଚଳର ଉନା ଜିଲ୍ଲାକୁ ଛାଡି ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.