ଆଉ ନାହାନ୍ତି ସନ୍ତୁର ସନ୍ଥ ପଣ୍ଡିତ ଭଜନ ସୋପୋରୀ, ୭୪ ବର୍ଷ ବୟସରେ ନିଧନ
ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀ ଆଉ ନାହାନ୍ତି। ଗୁରୁଗ୍ରାମର ଏକ ହସ୍ପିଟାଲରେ ଗୁରୁବାର ତାଙ୍କର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଣ୍ଡିତ ଭଜନ ସୋପୋରୀଙ୍କୁ ‘ସନ୍ତୁରର ସନ୍ଥ’ କୁହାଯାଉଥିଲା। ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ହେବ।
୧୯୪୮ ମସିହାରେ କାଶ୍ମୀରର ସୋପୋରରେ ଜନ୍ମିତ ପଣ୍ଡିତ ଭଜନ ସୋପୋରୀ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସୁଫିୟାନା ଘରାନାର ଥିଲେ। ସେ ପାଖାପାଖି ୫ ବର୍ଷ ବୟସରେ ନିଜର ଫାର୍ଷ୍ଟ ପରଫର୍ମାନ୍ସ ଦେଇଥିଲେ। ନିଜର ଅନେକ ଦଶନ୍ଧି କ୍ୟାରିୟର ଭିତରେ ପଣ୍ଡିତ ସୋପୋରୀ ଆମେରିକା, ଇଂଲଣ୍ଡ, ଇଜିପ୍ଟ, ଜର୍ମାନୀ ସମେତ ବହୁ ଦେଶରେ ପରଫର୍ମାନ୍ସ କରିଛନ୍ତି। ସେ ଓ୍ଵାଶିଙ୍ଗ୍ଟନ ୟୁନିଭର୍ସିଟିରୁ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ।