ପ୍ରଭାସଙ୍କ ମୋଟାପଣ ଯୋଗୁ ଚିନ୍ତାରେ ନିର୍ଦ୍ଦେଶକ, ବନ୍ଦ କଲେ ଫିଲ୍ମ ସୁଟିଂ
ବାହୁବଳୀ ଅଭିନେତା ପ୍ରଭାସଙ୍କ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଫ୍ଲପ୍ ଫିଲ୍ମ ତାଙ୍କ ଫ୍ୟାନ୍ଙ୍କୁ ଖୁବ୍ ନିରାଶ କରିଛି। ପ୍ରଭାସଙ୍କ ଆଗାମୀ ଫିଲ୍ମ କେଜିଏଫ୍ର ଡାଇରେକ୍ଟର ପ୍ରଶାନ୍ତ ନୀଲଙ୍କ ସହ ଅଛି। ଫିଲ୍ମର ନାଁ ରହିଛି ସାଲାର। ଏଥିରେ ପ୍ରଭାସଙ୍କୁ ଜବରଦସ୍ତ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। କିନ୍ତୁ ଏବେ ଏହି ଫିଲ୍ମ ପାଇଁ ଏକ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ନିର୍ମାତାଙ୍କୁ ବାଧ୍ୟ ହୋଇ ସୁଟିଂ ବନ୍ଦ କରିବାକୁ ପଡ଼ିଛି।
ସାଲାରାର ଲିଡ୍ ହିରୋ ପ୍ରଭାସଙ୍କ ଯୋଗୁ ଫିଲ୍ମର ସୁଟିଂ ବର୍ତ୍ତମାନ ବନ୍ଦ ହୋଇଛି। ପ୍ରଭାସଙ୍କର ପୁରୁଣା ଓଜନ ସମସ୍ୟା ଯୋଗୁ ତାଙ୍କ ସୁଟିଂ ପୂରା ହୋଇପାରି ନାହିଁ। ଖବର ମୁତାବକ, ପ୍ରଭାସ ଦୀର୍ଘ ଦିନ ହେବ ବର୍ଦ୍ଧିତ ଓଜନ ଯୋଗୁ ସମସ୍ୟା ଭୋଗୁଛନ୍ତି। ପୂର୍ବ ଫିଲ୍ମ ‘ରାଧେ ଶ୍ୟାମ୍’ରେ ବି ତାଙ୍କ ଓଜନ ଯୋଗୁ ସେ ଅନ୍ ଫିଟ୍ ନଜର ଆସିଥିଲେ। ଫିଲ୍ମରେ ମଧ୍ୟ ତାଙ୍କ ଲୁକ୍କୁ ଫ୍ୟାନ୍ ଏତେଟା ପସନ୍ଦ କରିନଥିଲେ। ରାଧେ ଶ୍ୟାମ୍ରେ ସିଜିଆଇ ଟେକ୍ନିକ୍ରେ ପ୍ରଭାସଙ୍କୁ ପତଳା କରାଯାଇଥିଲା।
Salaar: Prabhas Not To Resume Shoot Until Star Gets In Perfect Shape? Deets Inside.#Koimoi #bollywood #Salaar #prabhasraju #prashantneel #celebritynews https://t.co/YYgGdL7HwD
— Koimoi.com (@Koimoi) June 1, 2022
କିନ୍ତୁ ସାଲାର ଫିଲ୍ମରେ କୌଣସି ବୁଝାମଣା କରିବାକୁ ଚାହୁଁ ନାହାନ୍ତି ନିର୍ଦ୍ଦେଶକ। ପ୍ରଶାନ୍ତ ନୀଲ ଚାହୁଁଛନ୍ତି ପ୍ରଭାସ ସତସତିକା ସ୍ଲିମ୍ ହୁଅନ୍ତୁ। ଏଣୁ ସେ ଫିଲ୍ମର ସୁଟିଂରେ ବ୍ରେକ୍ ଲଗାଇଛନ୍ତି। ସେ ଚାହୁଁଛନ୍ତି ପ୍ରଭାସ ନିଜ ଓଜନ କମାନ୍ତୁ ଓ ଫିଜିକାଲୀ ଟୋନ୍ଡ ସେପ୍ରେ ନଜର ଆସନ୍ତୁ। ଏହା ପରେ ହିଁ ପ୍ରଭାସ ସୁଟିଂକୁ ଫେରିବେ।
Salaar: Prabhas’ Weight Issues Leaves Prashanth Neel In Misery, Won’t Resume The Shoot Until Star Gets In Perfect Shape?: hi INDiA
Prabhas’ Weight Issues A Headache For Prashanth Neel? ( Photo Credit – Instagram ; Facebook )… https://t.co/EzmamDLZ2g | https://t.co/Vhb7EKELqw pic.twitter.com/xNl253KYl6
— hi INDiA News Media- News updates 24/7 (@hiindia) June 1, 2022
ନିର୍ଦ୍ଦେଶକଙ୍କ ଡିମାଣ୍ଡକୁ ପୂରା ନ କରିବା ଯାଏଁ ପ୍ରଭାସ ସୁଟିଂ ସେଟ୍କୁ ଫେରିବେ ନାହିଁ ବୋଲି ଜଣାଯାଇଛି। ପ୍ରଶାନ୍ତ ନୀଲ ଚାହୁଁଛନ୍ତି ଯେ ପ୍ରଭାସ ନିଜ ବ୍ରାଣ୍ଡ୍ ନ୍ୟୁ ଲୁକ୍ ସହ ଫ୍ୟାନ୍ଙ୍କ ସାମ୍ନାକୁ ଆସନ୍ତୁ। ଏଣୁ ସେ ଏବେ ନିଜ ଫିଟ୍ ନେସ୍ ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ଆଗକୁ ପ୍ରଭାସ କେଉଁ ଲୁକ୍ରେ ଆସୁଛନ୍ତି, ତାହା ଦେଖିବାକୁ ଫ୍ୟାନ୍ମାନେ ଉତ୍ସାହିତ ଥିବା ଜଣାଯାଇଛି।