Below header

ଜଳୁଛି ପ୍ୟାରିସ୍: ଟ୍ରାଫିକ ନିୟମ ନମାନିବାରୁ ନାବାଳକଙ୍କୁ ଗୁଳିମାଡ଼ ଘଟଣା, ୪୦ଟି ଗାଡ଼ି ପୋଡି ଦେଲେ ବିକ୍ଷୋଭକାରୀ

ଦୁଇ ଦିନ ହେବ ହେଲା ଫ୍ରାନ୍ସ ଜଳୁଛି । ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀ ଅନେକ ବିଲ୍ଡିଂ ଓ କାରକୁ ନିଆଁ ଲଗେଇ ଦେଇଛନ୍ତି । ୧୫୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ ହେଲେଣି ।

ନୂଆଦିଲ୍ଲୀ : ଜଳୁଛି ପ୍ୟାରିସ । ନାବାଳକଙ୍କୁ ଟ୍ରାଫିକ ପୋଲିସର ଗୁଳିମାଡ଼କୁ ନେଇ ପ୍ୟାରିସରେ ବ୍ୟାପକ ହିଂସାକାଣ୍ଡ । ଦୁଇ ଦିନ ହେବ ହେଲା ଫ୍ରାନ୍ସ ଜଳୁଛି । ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀ ଅନେକ ବିଲ୍ଡିଂ ଓ କାରକୁ ନିଆଁ ଲଗେଇ ଦେଇଛନ୍ତି । ୧୫୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ ହେଲେଣି । ହିଂସାକାଣ୍ଡରେ ୨୪ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ୪୦ଟି ଗାଡ଼ି ପୋଡି ଦେଇଛନ୍ତି ବିକ୍ଷୋଭକାରୀ ।

ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୧୭ ବର୍ଷର ନାହେଲ ଏମ୍‌ ନାମକ ନାବାଳକ ଟ୍ରାଫିକ୍‌ ନିୟମ ମାନିନଥିଲେ । ଏହାପରେ ଜଣେ ପୋଲିସ ନାବାଳକ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ତେବେ ପୋଲିସର କାର୍ଯ୍ୟାନୁଷ୍ଠାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତଲୋକ। ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ଜାଳି ଦେଇଛନ୍ତି । କେବଳ ପ୍ୟାରିସରେ ନୁହେଁ ଅନ୍ୟ ସହରମାନଙ୍କରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ୨୦୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ପ୍ୟାରିସରେ ମୁତୟନ କରାଯାଇଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜରୁରୀ ବୈଠକ ଡକାଇଚନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.