ଆଉ ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳିବନି ସବସିଡି ଖାଦ୍ୟ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଉ ସଂସଦ କ୍ୟାଣ୍ଟିନରେ ସାଂସଦଙ୍କୁ ମିଳିବନି ସବସିଡି ଖାଦ୍ୟ । ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତି ନେଇଛନ୍ତି । ରିପୋର୍ଟ ଅନୁସାରେ ସାଂସଦମାନେ ଏଣିକି କ୍ୟାଣ୍ଟିନରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ସାଂସଦମାନେ ଟଙ୍କା ଦେବେ । ବାଚସ୍ପତି ଓମ ବିର୍ଲା ପ୍ରଥମେ ସବସିଡି ନନେବାକୁ ପ୍ରସ୍ତାବ ଦେଇଥିଲେ। ପରେ ଲୋକସଭାରେ ବ୍ୟବସାୟ ପରାମର୍ଶଦାତା କମିଟି ବୈଠକ ହୋଇଥିଲା। ସବୁ ଦଳର ସଦସ୍ୟମାନେ ଏହି ପ୍ରସ୍ତାବରେ ରାଜି ହୋଇଥିଲେ। ତେବେ ଏଥିପାଇଁ ବାର୍ଷିକ ୧୭ କୋଟି ଟଙ୍କା ସଂଚୟ ହୋଇପାରିବ। ଖାଦ୍ୟରେ ସାଂସଦମାନଙ୍କୁ ୮୦ ପ୍ରତିଶତ ସବସିଡି ମିଳୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.