ଜାଣନ୍ତୁ ବିୟର ସହ ଜଡ଼ିତ ୨୦ଟି ରୋମାଞ୍ଚକ କଥା

ବିୟର, ଏହି ଶବ୍ଦ କିଏ ବା ନ ଜାଣିଛି। କୌଣସି ଅଫିସିଆଲ ପାର୍ଟି ହେଉ କି ବାହାଘର ଫଙ୍କ୍‌ସନ, ବିୟର ବିନା ପାର୍ଟି ଯେପରି ଅଧୁରା। ଆମ ଅତ୍ୟାଧୁନିକ ଲାଇଫ୍‌ଷ୍ଟାଇଲରେ ଯୁବପିଢ଼ିଙ୍କ ପାଇଁ ଏହା ଏକ ଫ୍ୟାଶନ ବନିଯାଇଛି। କେବଳ ଯୁବପିଢ଼ି କାହିଁକି, ଅନେକ ଲୋକ ବିୟର ପ୍ରତି ବହୁତ କ୍ରେଜି ରହୁଥିବା ଦେଖିବାକୁ ମିଳୁଛି। ତେବେ ଆପଣ କ’ଣ ବିୟର ଜଡ଼ିତ କିଛି ରୋଚକ କଥା ଜାଣିଛନ୍ତି କି? ଯଦି ନା, ତା’ହେଲେ ଆଜି ଆମେ ଆପଣଙ୍କୁ ଏ ବିଷୟରେ ୨୦ଟି କଥା କହିବାକୁ ଯାଉଛୁ।

beer3

 

୧. ପ୍ରତି ମୁହୂର୍ତ୍ତରେ ଦୁନିଆର ୦.୭% ଲୋକ ବିୟର ପିଉଥାଆନ୍ତି। ଏବେ ବି ପାଖାପାଖି ୫ କୋଟି ଲୋକ ବିୟର ପିଉଛନ୍ତି।

୨. ଦୁନିଆର ସବୁଠାରୁ ଜବରଦସ୍ତ ବିୟରରେ ୬୭.୫% ଆଲ୍‌କହଲ ରହିଥାଏ। କଡ଼ା ଏବଂ ଗାଢ଼ ରଙ୍ଗର ବିୟରରେ ଅଧିକ ପରିମାଣର ଆଲ୍‌କୋହଲ ଥାଏ।

୩. ଅଳସୁଆ ଲୋକଙ୍କୁ ବିୟର ବେଶି ପସନ୍ଦ ଲାଗିଥାଏ।

ଏହାସହ ପଢ଼ନ୍ତୁ: ଦୁଇ ସାଙ୍ଗ ମିଶି ପ୍ରସ୍ତୁତ କଲେ ‘ଏୟାର ପଲ୍ୟୁଶନ କଣ୍ଟ୍ରୋଲର’, ୮୦୦ ଫୁଟ୍‌ ଉଚ୍ଚ ପ୍ରଦୂଷଣକୁ ରୋକିପାରିବ ଏହି ଯନ୍ତ୍ର

୪. ନେଦରଲ୍ୟାଣ୍ଡରେ ମଦ ପିଉଥିବା ଲୋକଙ୍କୁ ମଦ ପିଆଇ ତାଙ୍କ ଦ୍ୱାରା ରାସ୍ତା ସଫା କରାଯାଇଥାଏ।

୫. ୨୦୧୩ ପଯ୍ୟର୍ନ୍ତ ରୁଷିଆରେ ବିୟରକୁ ଆଲ୍‌କୋହଲିକ୍‌ ପାନୀୟ ବୋଲି ଗଣାଯାଉ ନ ଥିଲା।

୬. ୧୯୭୦ରେ ବେଲ୍‌ଜିୟମରେ ସ୍କୁଲ କ୍ୟାଣ୍ଟିନ୍‌ରେ ମଧ୍ୟ ବିୟର ମିଳୁଥିଲା।

beer4

୭. ଫିନ୍‌ଲ୍ୟାଣ୍ଡରେ ସ୍ତ୍ରୀକୁ ଉଠାଇ ହେଉଥିବା ଦୌଡ଼ ଚାମ୍ପିୟନଶିପ୍‌ରେ ବିଜୟ ହାସଲ କରିଥିବା ଲୋକଙ୍କୁ ସ୍ତ୍ରୀ ଓଜନର ବିୟର ପିଇବାକୁ ଦିଆଯାଇଥାଏ।

୮. ଆଫ୍ରିକାରେ କଦଳୀରୁ ବିୟର ପ୍ରସ୍ତୁତ କରାଯାଇଥାଏ।

୯. ଥାଇଲ୍ୟାଣ୍ଡରେ ୧୦ ଲକ୍ଷ ବିୟର ବୋତଲରେ ଏକ ମନ୍ଦିର ନିର୍ମାଣ କରାଯାଇଛି।

୧୦. ମିଶରରେ ବିୟରକୁ ଧନ ଭଳି ପ୍ରୟୋଗ କରାଯାଇଥାଏ।

ଏହାସହ ପଢ଼ନ୍ତୁ: ମହାକାଶରେ ହୋଟେଲ କରିବ ନାସା! ପ୍ରସ୍ତୁତି ଶେଷ

୧୧. ୧୯୯୨ରେ ବୈଜ୍ଞାନିକ ନୀଲ ବୋହର ଯେବେ ନୋବେଲ ପୁରସ୍କାର ଜିତିଥିଲେ, ସେବେ ତାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ଘର ପାଇପ୍‌ରେ ବିୟର ସପ୍ଲାଇ ଦିଆଯାଇଥିଲା।

୧୨. ୧୯୬୩ରେ ବିୟର ବୋତଲକୁ ଏମିତି ବନାଯାଉଥିଲା, ଲୋକେ ଏହାକୁ ଇଟା ରୂପରେ ମଧ୍ୟ ପ୍ରୟୋଗ କରିପାରୁଥିଲେ।

୧୩. ଅଷ୍ଟ୍ରିଆରେ ଆପଣ ବିୟର ସୁଇମିଂ ପୁଲ୍‌ରେ ପହଁରିପାରିବେ।

beer45

୧୪. ପାଣି ଏବଂ ଚା’ ପରେ ବିୟର ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ପଦାର୍ଥ ଅଟେ।

୧୫. ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବିୟର କିଡ୍‌ନୀ ଷ୍ଟୋନ୍‌ରୁ ମୁକ୍ତି ଦେଇଥାଏ।

୧୬. ଆମେରିକୀୟ ଟିଭିରେ ବିୟର ପିଆଯିବାର ଦୃଶ୍ୟ ଦେଖାଇବା ବ୍ୟାନ୍‌ ହୋଇଛି।

୧୭. ଦୁନିଆର ସବୁଠାରୁ ମହଙ୍ଗା ବିୟର ‘vielle bon secours’ ଅଟେ, ଯାହାର ଗୋଟିଏ ବୋତଲର ମୂଲ୍ୟ ୧୦୦୦ ଆମେରିକୀୟ ଡଲାର।

ଏହାସହ ପଢ଼ନ୍ତୁ: ସବୁ ସୀମା ଡେଇଁଥିଲା ଅଶ୍ଳୀଳତା, ସେଥିପାଇଁ ଏହି ସବୁ ଫିଲ୍ମ ବ୍ୟାନ୍ କରିଥିଲା ସେନ୍ସର ବୋର୍ଡ

୧୮. ଦୁନିଆରେ ୪୦୦ ପ୍ରକାରର ବିୟର ଅଛି, ଯାହା ମଧ୍ୟରୁ ବେଲଜିୟମରେ ସବୁଠାରୁ ଅଧିକ ବିୟର ବ୍ରାଣ୍ଡ ରହିଛି।

୧୯. ବିୟରରେ ଅଧିକ ଫେଣ ବାହାରିଲେ, ତାହା ଭଲ କ୍ୱାଲିଟିର ବୋଲି ଗଣାଯାଏ।

୨୦. ବେବିଲେନିୟାରେ ଖରାପ ବିୟର ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳିଥାଏ।

Leave A Reply

Your email address will not be published.