ମହଙ୍ଗା ପଡ଼ିଲା ଅଶ୍ଳୀଳ ଡ୍ରେସ୍‌, ସାଙ୍ଗ ବାହାଘର ପାର୍ଟିରେ ଏଭଳି ଅଭଦ୍ରାମୀର ଶିକାର ହେଲେ ମହିଳା

ସାଙ୍ଗ ବାହାଘର ପାର୍ଟିକୁ ଯାଇଥିବା ଆମେରିକାର ଜଣେ ମହିଳାଙ୍କୁ ବହୁତ ଖରାପ ଅନୁଭୂତି ମିଳିଥିଲା। ସେଠାକୁ ମହିଳା ଯେଉଁ ଡ୍ରେସ୍ ପିନ୍ଧି ଯାଇଥିଲେ, ତାହାକୁ ନେଇ ପାର୍ଟିରେ ଉପସ୍ଥିତ ଅନ୍ୟ ମହିଳାମାନେ ତାଙ୍କ ମଜା ଉଡ଼ାଇଥିଲେ। ଏହାସହ ତାଙ୍କୁ ଖୁବ୍ ଅପମାନିତ ମଧ୍ୟ କରିଥିଲେ।

a123

ମହିଳାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ଶେଷରେ ସ୍ୱାମୀଙ୍କୁ କଲ୍ କରି ତାଙ୍କୁ ଡାକିବାକୁ ପଡ଼ିଲା। ପାର୍ଟିରୁ ଫେରିବା ପରେ ମହିଳା ଜଣକ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ନିଜ ସହ ହୋଇଥିବା ଅଭଦ୍ରାମୀ ବିଷୟରେ ଜଣାଇଥିଲେ। ଏହି ଘଟଣା ଆମେରିକାର ମିନିୟାପୋଲିସରେ ରହୁଥିବା ୩୩ ବର୍ଷୀୟା ଜଣେ ମହିଳା ଲିଜ କ୍ରୁଗରଙ୍କ ସହ ଘଟିଥିଲା। ମହିଳା ଜଣକ ପେସାରେ ଜଣେ ଫିଟ୍‌ନେସ କୋଚ। ସେ ନିଜ କଲେଜ ବେଳର ଜଣେ ରୁମ୍‌ମେଟଙ୍କ ବାହାଘରରେ ସାମିଲ ହେବାକୁ ଯାଇଥିଲେ।

a222

ଏହାସହ ପଢ଼ନ୍ତୁ: ସୋଫାରେ ବସିଥିବା ବେଳେ କାମୁଡୁଥିଲା ଏମିତି କିଛି, ଗଦି ଉଠାଇ ଦେଖିଲେ ତ ମିଳିଲା ୩୦ ଲକ୍ଷ!

ସେଠାରେ ହେଉଥିବା ଗରମକୁ ନଜରରେ ରଖି ଲିଜ ଏକ ଟାଇଟ୍ ଫିଟେଡ୍‌, ଷ୍ଟ୍ରେପଲେସ୍ ମିନି ଡ୍ରେସ୍ ପିନ୍ଧି ଆସିଥିଲେ। ଏଭଳି ଡ୍ରେସ୍ ପିନ୍ଧି ବାହାଘର ପାର୍ଟିକୁ ଯିବା ତାଙ୍କ ପାଇଁ ଭାରି ପଡ଼ିଗଲା। ଡିନର କଲା ବେଳେ ଅନ୍ୟ ମହିଳାମାନେ ତାଙ୍କୁ ଖୁବ୍ ହଇରାଣ କରିଥିଲେ। ଜଣେ ମହିଳା ଆସି ତାଙ୍କ ପିଚାକୁ ମାରିଥିଲେ। ଏହାପରେ ନିଶାରେ ଥିବା ଅନ୍ୟ ମହିଳାମାନେ ମଧ୍ୟ ଆସି ତାଙ୍କ ଉପରେ ମଦ ଢାଳିଦେଇଥିଲେ। ତେବେ ଏ ସବୁ ଦେଖି ଲିଜ କୌଣସି ପ୍ରତିକ୍ରିୟା ରଖି ନ ଥିଲେ। ଶେଷରେ ନିଜ ସ୍ୱାମୀଙ୍କୁ ଡକାଇ ତାଙ୍କୁ ସେଠାରୁ ନେଇଯିବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.