Below header

ୟାକୁ ହିଁ କୁହନ୍ତି ମଣିଷପଣିଆ, ରୋଗୀକୁ ବଞ୍ଚେଇବା ପାଇଁ ଆମ୍ବୁଲାନ୍ସକୁ ଦୀର୍ଘ ୨୦ କିଲୋମିଟର ପାଦରେ ଠେଲି ଠେଲି ନେଲେ ଦୁଇ ଯୁବକ

ସାଧାରଣତଃ ଆପଣମାନେ ପ୍ରାୟ ସମୟରେ ଆମ୍ବୁଲାନ୍ସକୁ ଟ୍ରାଫିକରେ ଫସିଥିବା ଦେଖିଥିବେ । କାରଣ କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ଆମ୍ବୁଲାନ୍ସକୁ ରାସ୍ତା ଦେବା ବଦଳରେ ତାର ରାସ୍ତାକୁ ଅବରୋଧ କରନ୍ତି। କିନ୍ତୁ ଏବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ଏହା ଠାରୁ ପୂରା ଅଲଗା।

ଘଟଣାଟି ହେଉଛି ନୂଆଦିଲ୍ଲୀର, ସେଠାରେ ଏକ ଆମ୍ବୁଲାନ୍ସ ଦୀନଦୟାଲରୁ ଆରଏମଏଲ ହସପିଟାଲକୁ ରୋଗୀକୁ ନେଇ ଯାଉଥିଲା ଠିକ ଏତିକି ବେଳେ ରାସ୍ତାରେ ଆମ୍ବୁଲାନ୍ସଟି ହଠାତ ଖରାପ ହୋଇଗଲା। ଅଧିକ ବିଳମ୍ବ ହୋଇଥିଲେ ହୁଏତ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀର ଜୀବନ ଚାଲିଯାଇ ପାରିଥାନ୍ତା କିନ୍ତୁ ଠିକ୍ ଏହି ସମୟରେ ଦେବଦୂତ ସାଜିଲେ ଦୁଇ ବାଇକ୍ ଚାଳକ। ଦୁଇ ବାଇକ ଚାଳକ ପାଖାପାଖି ୨୦ କିଲୋମିଟର ପର୍ଯ୍ୟନ୍ତ ଗୋଡରେ ଠେଲି ଆମ୍ବୁଲାନ୍ସକୁ ନିଜ ଗନ୍ତବ୍ୟସ୍ଥଳରେ ପହଁଚାଇଥିଲେ।

ambulacceଏବେ ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ସେହି ଲୋକମାନେ ଦେଖିବା ଉଚିତ ଯେଉଁମାନେ ମାତ୍ର କିଛି ସମୟ ବିଳମ୍ବ ପାଇଁ ଆମ୍ବୁଲାନ୍ସକୁ ବାଟକୁ ଛାଡୁନାହାନ୍ତି ସେମାନେ ଭୁଲି ଯାଉଛନ୍ତି ଯେ ଜାଣତରେ ହେଉ କିମ୍ବା ଅଜାଣତରେ ସେମାନେ କରୁଥିବା ଏହି ଭୁଲ ପାଇଁ କାହାର ଜୀବନ ମଧ୍ୟ ଯାଇପାରେ।

ଏହାସହ ପଢନ୍ତୁ : ଯଦି ଆପଣଙ୍କ କାରର ବ୍ରେକ ହୋଇଯାଏ ଫେଲ, କେମିତି କରିବେ ନିୟନ୍ତ୍ରଣ ଜାଣନ୍ତୁ

ଏହଭଳି ଏକ ପ୍ରେରଣାଦାୟୀ ଘଟଣା ପ୍ରଥମ ଥର ଦେଖିବାକୁ ମିଳୁନାହିଁ। ଏମିତି ଘଟଣା ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ପୁରୀରେ ରଥଯାତ୍ରା ସମୟରେ ଏହିଭଳି ଏକ ପ୍ରେରଣାଦାୟୀ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁଠି ଜନ ସମୁଦ୍ର ଭିତରେ ଗୋଟିଏ ଆମ୍ବୁଲାନ୍ସଟି ବାଟ କାଟି ଆଗକୁ ବଢ଼ୁଥିଲା ଆଉ ବାଟ ଛାଡି ଦେଉଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସେଥିପାଇଁ ଦେଶର ନାଗରିକ ମାନଙ୍କୁ ସଚେତନ ହେବା ନିହାତି ଆବଶ୍ୟକ ଯେ ଯେତେବେଳେ ବି ବାଟରେ କୌଣସି ଆମ୍ବୁଲାନ୍ସ ଯାଉଛି ତାର ରାସ୍ତା ଅଟକାଇବା ଉଚିତ ନୁହେଁ କାରଣ ଆପଣଙ୍କର ଏହି ଭୁଲ ପାଇଁ କାହାର ଜୀବନ ମଧ୍ୟ ଚାଲିଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.