Below header

ଲଞ୍ଚ ହେଲା Xiaomiର ସ୍ମାର୍ଟ ବେଡ଼ସାଇଡ ଲ୍ୟାମ୍ପ 2, ଯେଉଁଥିରେ ମିଳିବ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସାର ସପୋର୍ଟ

ଚୀନର ପ୍ରମୁଖ କମ୍ପାନୀ Xiaomi ଆଜି ଭାରତରେ ସ୍ମାର୍ଟ ବେଡ଼ସାଇଡ ଲ୍ୟାମ୍ପ 2 ଲଞ୍ଚ କରିଛି । ଲୋକମାନଙ୍କୁ ଏହି ଲ୍ୟାମ୍ପରେ ଆକର୍ଷଣୀୟ ଫିଚର୍ସ ମିଳିବ । କେବଳ ସେତିକି ନୁହେଁ କମ୍ପାନୀ ତାର ଗ୍ରାହକ ମାନଙ୍କୁ ଏହି ଡିଭାଇସରେ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସାର ସପୋର୍ଟ ମଧ୍ୟ ଦେଇଛି । ଏହି ପ୍ରଡକ୍ଟର ସ୍ୱତନ୍ତ୍ରତା ହେଉଛି ଏଥିରେ ୧.୬ କୋଟି କଲର ରେଞ୍ଜ ଦିଆଯାଇଛି । କେବଳ ସେତିକି ନୁହେଁ କମ୍ପାନୀ ଏହାକୁ କ୍ରାଉଡଫଣ୍ଡିଙ୍ଗ ଦ୍ୱାରା ପ୍ରସ୍ତୁତ କରିଛି ।

ଏହି ସ୍ମାର୍ଟ ଲ୍ୟାମ୍ପର ପ୍ରକୃତ ଦର ହେଉଛି ୨,୪୯୯ ଟଙ୍କା କିନ୍ତୁ ଏହି ଡିଭାଇସକୁ ୨୨୯୯ ଟଙ୍କାର କ୍ରାଉଡଫଣ୍ଡିଙ୍ଗ ଦର ସହିତ ସେଲ କରାଯାଉଛି । ଏହି ଲ୍ୟାମ୍ପକୁ ଡିସେମ୍ବର ୩ ତାରିଖରେ ଗ୍ରାହକ ମାନଙ୍କ ପାଖରେ ଉପସ୍ଥିତ କରାଯିବ । ଯଦିଓ Xiaomi ଏହି ସ୍ମାର୍ଟଲ୍ୟାମ୍ପର ମାତ୍ର ୨୦୦୦ ୟୁନିଟ ପ୍ରସ୍ତୁତ କରିଛି ।

xiaomi smart lamp

ଏହି ସ୍ମାର୍ଟଲ୍ୟାମ୍ପରେ ୟୁଜର୍ସ ମାନଙ୍କୁ ୧.୬ କୋଟିର କଲର ରେଞ୍ଜ ମିଳିବ । ଏହାସହିତ ଏହି ଲ୍ୟାମ୍ପରେ ୧୨ ୱାଟର ପାୱାର ଵ୍ୟାକଅପ ମଧ୍ୟ ଦିଆଯାଇଛି । କେବଳ ସେତିକି ନୁହେଁ ଏହି ଲ୍ୟାମ୍ପର ୧୧ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ରହିବ ବୋଲି କମ୍ପାନୀ ଦାବି କରିଛି । ଖରାପ ନହୋଇ ଏହା ଠିକଭାବେ ୧୧ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କହିଛି କମ୍ପାନୀ । ଏହା ବ୍ୟତୀତ ଗ୍ରାହକ ମାନଙ୍କୁ ଏଥିରେ ଗୁଗଲ ଆସିଷ୍ଟାଣ୍ଟ ଏବଂ ଆଲେକ୍ସାର ସପୋର୍ଟ ମଧ୍ୟ ଦିଆଯାଇଛି ।

ଏହାସହ ପଢନ୍ତୁ ଏହି କମ୍ପାନୀ ନେଇ ଆସୁଛି ଆପଲ ୱାଚର ନକଲ , ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟୱାଚର ବିଶେଷତ୍ୱ

ୟୁଜର୍ସ ମାନଙ୍କୁ ଏହି ଲ୍ୟାମ୍ପରେ ଟଚ ପ୍ୟାନେଲ ମିଳିବ ଯାହାଦ୍ୱାରା କଲର ଅନ ଅଫ ବଟନ ଏବଂ ସେଟିଙ୍ଗ ବଦଳା ଯାଇପାରିବ । କମ୍ପାନୀ ଏଥିରେ ଏକ ସ୍ୱତନ୍ତ୍ରତା ରଖିଛି ଯାହା ହେଉଛି ଫ୍ଲୋ ମୋଡ଼ । ଏହାଦ୍ୱାରା କଲର ଆପେ ଆପେ ଚେଞ୍ଜ ହୋଇଯିବ । ୟୁଜର୍ସ ମାନେ ଏହି ଲ୍ୟାମ୍ପକୁ ମୋବାଇଲ ଆପରେ ଅପରେଟ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.