ଘନ କୁହୁଡି ଯୋଗୁଁ ବିଳମ୍ବ ହେଲା ଫ୍ଲାଇଟ୍‌, ରନୱେରେ ବସି ଖାଦ୍ୟ ଖାଇଲେ ଯାତ୍ରୀ

ଇଣ୍ଡିଗୋର ଗୋଆ-ଦିଲ୍ଲୀ ବିମାନ ୧୨ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରରେ ବସି ଖାଦ୍ୟ ଖାଉଥିବାର ଦେଖାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନ ବନ୍ଦରରେ ଏକ ଇଣ୍ଡିଗୋ ବିମାନ ପାର୍କିଂ ହୋଇଥିବାବେଳେ ଯାତ୍ରୀମାନେ ରନୱେରେ ବସି ଖାଦ୍ୟ ଖାଉଛନ୍ତି ।

ଖରାପ ପାଗ ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଚଳାଚଳରେ ସମସ୍ୟା ହୋଇଛି । ଘନ କୁହୁଡି ଯୋଗୁଁ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଅନେକ ବିମାନ ବିଳମ୍ବ ହେଉଛି । ବିମାନ ଯାତାୟାତରେ ହେଉଥିବା ସମସ୍ୟା ପାଇଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯାତ୍ରୀମାନେ ଏୟାରପୋର୍ଟର ରନୱେରେ ବସିଥିବାର ନଜର ଆସିଛନ୍ତି । ଏହା ସହିତ ଯାତ୍ରୀମାନେ ରନୱେରେ ବସି ଖାଦ୍ୟ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକମାନେ କେତେ ସମୟ ବା ଅପେକ୍ଷା କରିଥାନ୍ତେ ବାଧ୍ୟ ହୋଇ ରନେଓ୍ଵରେ ଡିନର୍‌ କରିଥିଲେ ।

ସୂଚନାନୁସାରେ, ଇଣ୍ଡିଗୋର ଗୋଆ-ଦିଲ୍ଲୀ ବିମାନ ୧୨ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରରେ ବସି ଖାଦ୍ୟ ଖାଉଥିବାର ଦେଖାଯାଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନ ବନ୍ଦରରେ ଏକ ଇଣ୍ଡିଗୋ ବିମାନ ପାର୍କିଂ ହୋଇଥିବାବେଳେ ଯାତ୍ରୀମାନେ ରନେଓ୍ଵରେ ବସି ଖାଦ୍ୟ ଖାଉଛନ୍ତି ।

ଭାଇରାଲ ଭିଡିଓରେ ଯାତ୍ରୀମାନେ ତଳେ ବସି ଖାଦ୍ୟ ଖାଉଥିବା ଦେଖାଯାଇଛି । ଭିଡିଓରେ ଦେଖାଯାଇଛି ଯେ ରାତି ହୋଇଥିବାରୁ ଲୋକମାନେ ଥକି ଯାଇଛନ୍ତି ଏବଂ ରନେଓ୍ଵରେ ହିଁ ବସିଛନ୍ତି । କିଏ ମୋବାଇଲ ଚଲାଉଛି ତ କିଏ ବସି ଖାଦ୍ୟ ଖାଉଛି । ଏଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି ।

ଯାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଇଣ୍ଡିଗୋ ଏୟାରଲାଇନ୍‌ ପ୍ରତିକ୍ରିୟା ଦେଇଛି । ଏୟାରଲାଇନ୍ସ କହିଛି ଯେ ୧୪ ଜାନୁଆରୀରେ ଗୋଆରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ 6E2195 ବିଳମ୍ବ ହୋଇଥିବା ଘଟଣା ବିଷୟରେ ଆମେ ଅବଗତ ଅଛୁ । ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ତେଣୁ ଆମେ ସମସ୍ତ ଯାତ୍ରୀଙ୍କ ଠାରୁ କ୍ଷମା ମାଗୁଛୁ । ଏଭଳି ଘଟଣାକୁ ଧ୍ୟାନରେ ରଖୁଛୁ ।

ନିକଟରେ ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କ ଏକ ଆଶ୍ଚର୍ଯ୍ୟ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିମାନର କୋ- କ୍ୟାପଟନ୍‌ ଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ଜାନୁଆରୀ ୧୪ ରବିବାର ଦିନ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ A20N ବିଳମ୍ବ ହେତୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ।

ବିମାନ ଏଭଳି ବିଳମ୍ବ ହୋଇଥବା ଘଟଣା ବିଷୟରେ ଘୋଷଣା କରୁଥିବା ବେଳେ ବିମାନରେ ଥିବା ଜଣେ ଯାତ୍ରୀ ପାଇଲଟଙ୍କୁ ଆକ୍ରମଣ କରିଥିଲେ। ଏଭଳି ଘଟଣା ପରେ ପୋଲିସ ଉକ୍ତ ଯାତ୍ରୀଙ୍କୁ ନେଇ କାର୍ଯ୍ୟାନୁଷ୍ଠାନ କରିଥିଲା । ଏହାପୂର୍ବରୁ ଜାନୁଆରୀ ୧୩ ଶନିବାର ଦିନ ଖରାପ ପାଗ ହେତୁ ମୁମ୍ବାଇରୁ ଗୌହାଟି ଅଭିମୁଖେ ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ଢାକାକୁ ଡାଇଭର୍ଟ କରାଯାଇଥିଲା । ବର୍ତ୍ତମାନ ପାଗ ଖରାପ ହୋଇଥିବାରୁ ଅନେକ ବିମାନକୁ ବାତିଲ କରାଯାଉଛି । ଏନେଇ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଏୟାରଲାଇନ୍ସ ଏନେଇ ଯାତ୍ରୀଙ୍କୁ କ୍ଷମା ମାଗିଥିବା ମଧ୍ୟ ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.