ଦିଲ୍ଲୀରେ ଘନ କୁହୁଡି, ୩୦ ଟ୍ରେନ ଓ ୫୦ ବିମାନ ବିଳମ୍ବ ଯୋଗୁଁ ଯାତ୍ରୀ ହନ୍ତସନ୍ତ

ଦିଲ୍ଲୀରେ ଭିଜିବିଲିଟି କମ୍‌ ଥିବା ଯୋଗୁଁ ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ପ୍ରାୟ ୩୦ଟି ବିମାନ ବିଳମ୍ବିତ ହୋଇଛି । ଏହା ସହିତ ୧୭ଟି ବିମାନକୁ ବାତିଲ୍ କରାଯାଇଛି । ଏହାସହିତ ଦିଲ୍ଲୀକୁ ଆସୁଥିବା ପ୍ରାୟ ୩୦ଟି ଟ୍ରେନ୍ ବିଳମ୍ବିତ ହୋଇଛି ।

ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା ଯୋଗୁଁ ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ ଭିଜିବିଲିଟି କମ୍‌ ଥିବା ଯୋଗୁଁ ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ପ୍ରାୟ ୩୦ଟି ବିମାନ ବିଳମ୍ବିତ ହୋଇଛି । ଏହା ସହିତ ୧୭ଟି ବିମାନକୁ ବାତିଲ୍ କରାଯାଇଛି । ଏହାସହିତ ଦିଲ୍ଲୀକୁ ଆସୁଥିବା ପ୍ରାୟ ୩୦ଟି ଟ୍ରେନ୍ ବିଳମ୍ବିତ ହୋଇଛି । ଟ୍ରେନ ଓ ବିମାନ ବିଳମ୍ବ ହେବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ କରିଛନ୍ତି ।

ବିମାନ ବନ୍ଦର ଏବଂ ଷ୍ଟେସନର ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି । ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ଷ୍ଟେସନରେ ମଧ୍ୟ ଯାତ୍ରୀ ୧୦ରୁ ୧୫ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଟ୍ରେନ ବିଳମ୍ବ ଯୋଗୁଁ ଲୋକେ ଏତେ ଥଣ୍ଡାରେ ମଧ୍ୟ ଷ୍ଟେସନରେ ତଳେ ଶୋଉଛନ୍ତି । ଯାତ୍ରୀମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ କରୁଛନ୍ତି ।

ପାଣିପାଗ ବିଭାଗ ଅନୁଯାୟୀ, ପଲମ ବିମାନବନ୍ଦରରେ ସକାଳ ୭ଟା ବେଳକୁ ୧୦୦ଏମ୍ ଭିଜିବିଲିଟି ରିପୋର୍ଟ ହୋଇଥିବାବେଳେ ୭.୩୦ରେ ୦ରେ ପହଞ୍ଚିଥିଲା । ସେହିପରି ସଫଦରଜଙ୍ଗରେ ୭ରୁ ୭.୩୦ ମଧ୍ୟରେ ଭିଜିବିଲିଟି ୫୦ଏମ୍ ରେକର୍ଡ ହୋଇଛି ।

ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ପଲମରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.