ଭିକାରୀ ହୋଇ ମଧ୍ଯ ବଢାଇଲେ ସହାୟତାର ହାତ, ଯୋଗାଇଲେ ରାସନ୍ ବାଣ୍ଟିଲେ ମାସ୍କ

ଦେଶରେ ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ ଭିକ ମାଗି ନିଜର ପେଟ ପୋଷିଥାନ୍ତି କିନ୍ତୁ ପଞ୍ଜାବର ପଠାନକୋଟରେ ଏଭଳି ଜଣେ ଭିକାରୀ ରହିଛନ୍ତି, ଯିଏ ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଛନ୍ତି। ଭିକ ମାଗି ଚଳୁଥିବା ରାଜୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି, ଯାହା ମନରୁ କେବେ ବି ଲିଭି ପାରିବନି। ସୂଚନା ମୁତାବକ ରାଜୁ ବର୍ତ୍ତମାନ ପର୍ଯ୍ଯନ୍ତ ୧୦୦ଜଣ ଗରିବ ପରିବାରଙ୍କୁ ଏକ ମାସର ରାସନ୍ ଏବଂ ୩୦୦୦ ମାସ୍କ ବାଣ୍ଟି ସାରିଛନ୍ତି।

beggarରାଜୁ ଟ୍ରାଇସାଇକେଲ ଦ୍ବାରା ଚଳିବା ସହ ପୁରା ଦିନ ଭିକ ମାଗି ଗୁଜୁରାଶଣ ମେଣ୍ଟାଇଥାନ୍ତି। ସେହି ଟଙ୍କାରେ ସେ ଲୋକଙ୍କୁ ସାହାଯ୍ଯ କରିଛନ୍ତି। ଏଥିସହ ରାଜୁ ନିଜର ଭିକ ମଗା ଟଙ୍କାରେ ଅନେକ ଗରିବ ଝିଅମାନଙ୍କର ମଧ୍ଯ ବିବାହ କରିସାରିଛନ୍ତି। ରାଜୁଙ୍କ କହିବାନୁଯାୟୀ ତାଙ୍କୁ ପୁରା ଦିନରେ ଯେତିକି ଟଙ୍କା ମିଳିଥାଏ ସେଥିରେ ତାଙ୍କର ଯେତିକି ଆବଶ୍ଯକ ପଡିଥାଏ ସେତିକି ହିଁ ଖର୍ଚ୍ଚ କରିଥାନ୍ତି ଏବଂ ବାକି ଟଙ୍କା ଜମା କରି ରଖିଥାନ୍ତି। ଆବଶ୍ଯକ ପଡିଲେ ଲୋକଙ୍କୁ ସାହାଯ୍ଯ କରିଥାନ୍ତି ।

beggar-ଏହାବ୍ଯତୀତ ରାଜୁ ଗରିବ ପିଲାମାନଙ୍କ ସ୍କୁଲ ଫିସ୍ ଭରଣ କରିଥାନ୍ତି ଏବଂ ବର୍ତ୍ତମାନ ପର୍ଯ୍ଯନ୍ତ ସେ ୨୨ ଜଣ ଗରବି ଝିଅଙ୍କର ବିବାହ କରିସାରିଛନ୍ତି। ଗରମ ଦିନ ପାଇଁ ମଧ୍ଯ ସେ ଜଳଛତ୍ରର ବ୍ଯବସ୍ଥା କରିଛନ୍ତି। ରିପୋର୍ଟ ଅନୁଯାୟୀ କରୋନା ଭାଇରସ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ଯ ରାଜୁଙ୍କର ଏଭଳି ସାହାଯ୍ଯ କେହି କେବେ ଭୁଲି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.