ଲୋପ ପାଇଗଲା ପିସିଓ, ଏବେ ଖୋଲିବାକୁ ଯାଉଛି ପିଡ଼ିଓ:ଦେଶର କୋଣ ଅନୁକୋଣକୁ ପହଞ୍ଚିବ ଇଣ୍ଟରନେଟ ସେବା

କେନ୍ଦ୍ର କ୍ୟାବିନେଟ ଦୂରସଂଚାର ବିଭାଗର ସାର୍ବଜନିକ ୱାଇ-ଫାଇ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଜରିଆରେ ହିଁ ଦେଶବ୍ୟାପି ୱାଇ-ଫାଇ ହଟସ୍ପଟର ନେଟୱାର୍କ  ସ୍ଥାପନ  କରାଯିବ । ଯାହାକୁ ପବ୍ଲିକ ଡାଟା ଅଫିସ ବା ପିଡ଼ିଓ ଭାବରେ ଜଣାଯିବ । ପୂର୍ବରୁ ପ୍ରଚଳିତ ଥିବା ପବ୍ଲିକ କଲ ଅଫିସ ବା ପିସିଓ ଅନୁଯାୟୀ ହିଁ ଏହା କାର୍ଯ୍ୟ କରିବ । ମୋବାଇଲ ଫୋନର ପ୍ରଚଳନ ପୂର୍ବରୁ ଦେଶରେ ଲ୍ୟଣ୍ଡଲାଇନ ପିସିଓର ଖୁବ ଆଦର ଥିଲା

ବିଶେଷଜ୍ଞ ଟିମ ଅନୁଯାୟୀ ପିଡ଼ିଓ ଜରିଆରେ ଦେଶର କୋଣ ଅନୁକୋଣରେ ଇଣ୍ଟରନେଟ ସେବା ପହଞ୍ଚା ଯାଇପାରିବ । ଇଣ୍ଟରନେଟ ସେବାକୁ ବିସ୍ତାର କରିବା ପାଇଁ ୱାଇ-ଫାଇ ନେଟୱାର୍କକୁ ସାର୍ବଜନିକ କରିବା ନିହାତି ଜରୁରୀ । ପିସିଓ ପରି ପିଡ଼ିଓ ବି ଛୋଟ ଛୋଟ ବ୍ୟବସାୟୀଙ୍କ ଜରିଆରେ କାର୍ଯ୍ୟ କରାଯିବ । ଯାହା ଫଳରେ ଦେଶର କୋଣ ଅନୁକୋଣକୁ ପହଂଚିପାରିବ ଇଣ୍ଟରନେଟ ଫ୍ୟାସିଲିଟି । ଏହା ଜରିଆରେ କମ ଦରରେ ଇଣ୍ଟରନେଟ ସେବା ମିଳିପାରିବ ବୋଲି ବିଶେଷଜ୍ଞ ଟିମ ଦାବି କରିଛନ୍ତି । ବର୍ତ୍ତମାନ ସମୟରେ ସହରାଂଚଳ ମାନଙ୍କରେ ଏହି ସୁବିଧା ମିଳିପାରୁଥିବା ବେଳେ ଗ୍ରାମାଞ୍ଚଳକୁ କିନ୍ତୁ ସେତେଟା ପହଂଚି ପାରିନାହିଁ  ।

wifi

ପିଡି଼ଓ ଜରିଆରେ ଦିଆଯାଉଥିବା ୱାଇ-ଫାଇ ସେବା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ । ସୂଚନା ଦେବା ଯୋଗ୍ୟକି ଉପଭୋକ୍ତା ମାନଙ୍କୁ ଇଲେକ୍ଟ୍ରୋନିକ କେୱାଇସି, ଓଟିପି, ଏମଏସି ଆଇଡି ପ୍ରଣାଳିଲେ ସୁରକ୍ଷିତ ଉପାୟରେ ୱାଇ-ଫାଇ ସେବା ପ୍ରଦାନ କରାଯିବ । ନେଟୱର୍କିଙ୍ଗ କମ୍ପାନୀ ସିସ୍କୋ ରିପୋର୍ଟ ଅନୁଯାୟୀ, ୨୦୧୩ ସୁଦ୍ଧା ବିଶ୍ବରେ ୬୨.୩ କୋଟି ହ୍ଵଟ୍ସପଟ ଛିଡା ହୋଇଯିବ ।  ଏହା କାର୍ଯ୍ୟକାରୀ ହେଲେ ଭାରତ ବିଶ୍ୱ ଇଣ୍ଟରନେଟ ସେବାର ୪୬ ପ୍ରତିଶତ  ଭାଗିଦାରୀ ହୋଇପାରିବ । ଯେବେକି ୨୦୧୮ ରେ ଏହି ସଂଖ୍ୟା ମାତ୍ର ୧୬.୯କୋଟି ଥିଲା ।

୨୦୧୫ ରେ ଦେଶର ୪୦୦ ଟି ରେଳ ଷ୍ଟେସନ ତଥା ଅନ୍ୟ ସ୍ଥାନ ମାନଙ୍କରେ ଆରମ୍ଭ କରାଯାଇଥିଲା ମାଗଣା ୱାଇଫାଇ ସେବା । ୨୦୧୭
ରେ ଫେସବୁକ, ଏକ୍ସପ୍ରେସ ୱାଇଫାଇ ସେବାର ଆରମ୍ଭ କରିଥିଲା । କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ ୟୁରୋପୀୟ ଓ ଦକ୍ଷିଣ ଏସିଆ ଦେଶ ମାନଙ୍କରେ ସାର୍ବଜନିକ ୱାଇ-ଫାଇ ସେବା ଉପଲବ୍ଧ ଅଛି । ଏହା ଦ୍ୱାରା ସେହି ସ୍ଥାନ ମାନଙ୍କରେ ସହଜରେ ନେଟୱାର୍କ ସେବା ଵିକେନ୍ଦ୍ରୀକରଣ କରାଯାଇପାରୁଛି । ବିଭିନ୍ନ ଦୋକାନ, ରେଶତୃରାନ୍ଟ , କେଫ, ପରିବହନ କେନ୍ଦ୍ର ଆଦିରେ ୱେୟାରଲେସ ଇଣ୍ଟରନେଟ ସୁବିଧା ପ୍ରଦାନ କରାଯାଇ ପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.