କୂଅରେ ବୁଡ଼ିଯାଉଥିଲା କଟାସ, ଲୁହାର ଜାଲିକୁ ଏମିତି ବ୍ୟବହାର କରି ଉଦ୍ଧାର କଲେ ଲୋକେ, ଦେଖନ୍ତୁ ଭିଡିଓ

ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା ତ ଆମେ ଅନେକ ଦେଖିଛେ। କେଉଁଛି ଜୀବଜନ୍ତୁଙ୍କୁ ବଞ୍ଚିବାକୁ ମଣିଷ ସହାୟତାର ହାତ ବଢ଼ାଏ ତ ଆଉ କେଉଁଠି ଆଶ୍ଚର୍ଯ୍ୟଜନକ ଭାବେ ମଣିଷକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ଜୀବଜନ୍ତୁ। ନିକଟରେ ସେମିତି ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସାପ ପୂର୍ଣ୍ଣ ନଦୀରେ ଫସିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଏକ ଓରାଙ୍ଗଓଟାନ୍‌ ସହାୟତାର ହାତ ବଢ଼ାଇଥିଲା। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ। ତେବେ ବର୍ତ୍ତମାନ ପୁଣିଥରେ ସେହିଭଳି ଏକ ମଣିଷ ଓ ପଶୁଙ୍କ ଭିଡିଓ ସାମ୍ନାକୁ ଆସିଛି।

Image result for people save fishing cat

ଭିଡିଓରେ କୂଅରେ ଖସିପଡ଼ିଥିବା ଏକ ଜଙ୍ଗଲୀ ବିଲେଇ ବା କଟାସକୁ ଉଦ୍ଧାର କରିବା ପାଇଁ ଲୋକମାନେ କେମିତି ଭାରା କରିଥିଲେ ତାହା ଦେଖିବାକୁ ମିଳିଥିଲା।


ଭୁବନେଶ୍ୱରର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ଵିଟରରେ ସେୟାର କରିଥିଲେ। ଏକ ନିର୍ମାଣାଧୀନ କୂଅରେ କଟାସଟି ପଡ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ଲୁହାର ଜାଲିକୁ ଭାରା ଭାବେ ତଳକୁ ପକାଇ କଟାସକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଭିଡିଓଟି ସେୟାର କରି ସୁଶାନ୍ତ ନନ୍ଦା ଲୋକଙ୍କ ସାହାଯ୍ୟ ମନୋବୃତ୍ତିକୁ ଖୁବ୍‌ ପ୍ରଶଂସା କରିଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୨ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ୨୪ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ରିଟ୍ଵିଟ୍‌ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.