Below header

କରୋନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାର୍ଥହୀନ ଓ ନିରବଚ୍ଛିନ୍ନ ସେବା ପାଇଁ ତାଙ୍କୁ ତାଳି ମାରି ସମ୍ବର୍ଦ୍ଧନା ଜଣାଇଲେ ସ୍ପେନର ଲୋକେ

ମହାମାରୀ କରୋନା ଭାଇରସ ସହିତ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହେଉଛି। ପିଏମ୍ ମୋଦି ଏହି ଏହି ଆହ୍ବାନରେ ତାଙ୍କୁ ସହଯୋଗ କରିବା ପାଇଁ ଦେଶର ଜନତାଙ୍କୁ ଅନୁରୋଧ କରିଥିଲେ। ତେବେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ଏବଂ ଅନୁରୋଧକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଶହେ ସାତ କୋଟି ଜନତା ଏହି କରୋନା ବିପକ୍ଷରେ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ଏହି ଆଦେଶରେ ଆପଣ ଏହା ଶୁଣିଥିବେ ଯେ ସଂଧ୍ୟା ୫ଟା ବେଳେ ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ଗଣମାଧ୍ୟମଙ୍କ ସମ୍ମାନରେ ସମସ୍ତେ ନିଜ ଘର ବାଲକୋନିରୁ ତାଳି ମାରି ଉତ୍ସାହିତ କରିବେ। ତେବେ ଏବେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନର ଛାପ ଦେଖିବାକୁ ମିଳିଛି ମାଦ୍ରିଦରେ। ସ୍ପେନର ମାଦ୍ରିଦରେ ଲୋକମାନେ ନିଜ ଘର ବାଲକୋନିରେ ଛିଡା ହୋଇ ସେମାନଙ୍କ ସମ୍ମାନରେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.