Below header

ମୋଦିଙ୍କ କରୋନା ମୁକାବିଲାକୁ ପ୍ରଶଂସା କଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି, ହିନ୍ଦୀରେ ଟୁଇଟ କରି ଲେଖିଲେ ଏମିତି କିଛି

ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସନ ହିନ୍ଦୀରେ ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ନମସ୍ତେ ଇଣ୍ଡିଆ । ଆମେ ସମସ୍ତେ କରୋନା ଭାଇରସକୁ ହରାଇବା ପାଇଁ ଏକସାଥିରେ ଅଛୁ । ନିଜ ନିଜ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ଏବଂ କିଛି ଦିନ ପାଇଁ ଘରେ ହିଁ ରୁହନ୍ତୁ । ଏହି ସମୟ ସାବଧାନତା ରହିବାର ସମୟ । ଆପଣ ସମସ୍ତକୁ ଢେର ସାରା ଭଲ ପାଇବା ।

ସେପଟେ ପ୍ରଧାନମନ୍ତ୍ରୀ ମୋଦି ବି ପିଟରସନଙ୍କ ଏହି ଟୁଇଟକୁ ବେଶ ପ୍ରଶଂସା କରିଥିଲେ । ଏଥିସହିତ ସେ ବିରାଟ କୋହଲି, ସୁରେଶ ରାଇନା, ଶିଖର ଧବନ ଏବଂ ଆଜିଙ୍କ୍ୟ ରହାନେଙ୍କ ଟୁଇଟ୍ସକୁ ସାମିଲ କରିଥିଲେ । ଏହାପରେ ପିଟରସନ ମଧ୍ୟ ତାରିଫ କରିଥିଲେ ଏବଂ ଆଉଥରେ ଟୁଇଟ କରିଥିଲେ ଯେ ଧନ୍ୟବାଦ ମୋଦିଜୀ, ଆପଣଙ୍କ ଲିଡରସିପ ବି ବହୁତ ବିସ୍ଫୋଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.