Below header

ରେଲୱେ ଟ୍ରାକ୍‌ରେ ବସି କଲେ ରୋଷେଇ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇର ମହିମା ଜଙ୍କସନ୍‌ ରେଲୱେ ଷ୍ଟେସନ୍‌ର ଲୋକାଲ ଟ୍ରେନ୍‌ ଟ୍ରାକ୍‌ରେ କିଛି ଲୋକ ବସି ରୋଷେଇ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ରେଲୱେ  ଟ୍ରାକ୍‌ରେ ଆମେ ସାଧାରଣତଃ ଯିବାକୁ ଭୟ କରିଥାଆନ୍ତି । କାରଣ ଆମେ ସମସ୍ତେ ଜାଣିଥାଆନ୍ତି ଯଦି କୌଣସି ସମୟରେ ଟ୍ରେନ୍‌ ଆସିଯାଏ ତେବେ ଆମ ବଞ୍ଚିବା ମୁସ୍କିଲ୍‌ ହୋଇଯିବ। ଏଭଳି ସ୍ଥିତିରେ ନିକଟରେ ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଟିକିଏ ଭାବିବାକୁ ବାଧ୍ୟ ହେବେ । ଆଉ ପ୍ରଶ୍ନ କରିବେ ଏମାନେ ଏଠି ଏପରି ଜୀବନକୁ ପାଣି ଛଡ଼ାଇ କରୁଛନ୍ତି କଣ । କଣ ତାଙ୍କ ଜୀବନ ପ୍ରତି ଲୋଭ ନାହିଁ । ଟ୍ରେନ୍‌ ଟ୍ରାକ୍‌ରେ ଲୋକେ ଚାଲିବାକୁ ଭୟ କରୁଥିବା ବେଳେ ଏମାନେ ଏପରି ଟ୍ରାକ୍‌ରେ କଣ କରୁଛନ୍ତି ।

ହଁ ଆଜ୍ଞା, ଏମାନେ ରେଲୱେ  ଟ୍ରାକ୍‌ରେ ରୋଷେଇ କରୁଛନ୍ତି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସମ୍ପୂର୍ଣ୍ଣ ସତ । ଯାହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ମୁମ୍ବାଇର ମହିମା ଜଙ୍କସନ୍‌ ରେଲୱେ ଷ୍ଟେସନ୍‌ର ଲୋକାଲ ଟ୍ରେନ୍‌ ଟ୍ରାକ୍‌ରେ କିଛି ଲୋକ ବସି ରୋଷେଇ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଭିଡିଓରେ ଦେଖିବାକୁ ମିଳିଛି କିଛି ମହିଳା ରେଲୱେ ଟ୍ରାକ୍‌ରେ କିଛି ଲୋକ ରୋଷେଇ କରୁଛନ୍ତି । ସେହିପରି କିଛି ଝିଅ ପାଠ ପଢ଼ୁଛନ୍ତି । ସେପଟେ ଛୋଟ ପିଲା ଟ୍ରାକ୍‌ରେ ଏଣେ ତେଣେ ଦୌଡୁଛନ୍ତି । ଅନ୍ୟପଟେ ଆଉ କିଛି ଲୋକ ଟ୍ରାକ୍‌ରେ ଶୋଇଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏଭଳି ଭିଡିଓ ସୋସିଆଲ୍‌ ମିଡିଆ ‘x’ ରେ ସେୟାର୍‌ କରିଛନ୍ତି ।
ଅନ୍ୟପକ୍ଷରେ ଏହି ଭିଡିଓକୁ ଦେଖି ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖି କେନ୍ଦ୍ରୀୟ ରେଳବାଇର ଡିଆରଏମ୍ ମୁମ୍ବାଇ କେନ୍ଦ୍ରୀୟ ପଶ୍ଚିମ ରେଳବାଇର ଡିଆରଏମ୍‌ଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.