ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ଅଟାର ରୁଟି

ପ୍ରାୟତଃ ସମସ୍ତେ ଗହମ ଅଟାର ରୁଟିକୁ ନିଜ ଡାଏଟରେ ସାମିଲ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ମାଣ୍ଡିଆ ରୁଟି ଶୀଘ୍ର ଓଜନ କମାଇବାରେ ଆମକୁ ଖୁବ ସାହାଯ୍ୟ କରିଥାଏ ।

ଯେତେବେଳେ ଓଜନ କମାଇବା କିମ୍ବା ଫିଟ୍ ରହିବାର କଥା ଆସିଥାଏ, ସେତେବେଳେ ଫିଟନେସ୍ ଏକ୍ସପର୍ଟ ମାନେ ରୁଟି ଖାଇବା ଉପରେ ଅଧିକ ଧ୍ୟାନ ଦେବାକୁ କହିଥାନ୍ତି । କିନ୍ତୁ କେଉଁ ଅଟାର ରୁଟି ଶୀଘ୍ର ଓଜନ କମାଇ ପାରିବ ତାହା ଜାଣିବା ମଧ୍ୟ ଜରୁରୀ ହୋଇଥାଏ । ପ୍ରାୟତଃ ଲୋକ ଗହମ ରୁଟିକୁ ନିଜ ଡାଏଟରେ ସାମିଲ କରିଥାନ୍ତି । କିନ୍ତୁ ମାଣ୍ଡିଆ ରୁଟି ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରୁଟି ୱେଟଲସ୍ ପାଇଁ ଅଧିକ ଭଲ..

ମାଣ୍ଡିଆ ଅଟାର ଲାଭ:

ମାଣ୍ଡିଆରେ ଟ୍ରିଫ୍ଟୋଫେନ୍ ନାମକ ଅମିନୋ ଏସିଡ ରହିଥାଏ ଯାହା ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହି ଏସିଡ ଭୋକ କମ କରି ଆପଣଙ୍କୁ ଅଧିକ ଖାଇବାରୁ ବଞ୍ଚାଇଥାଏ । ଏଥିରେ ଫାଇବରର ମାତ୍ରା ଅଧିକ ଥାଏ । ସେଥିପାଇଁ ପେଟ ବହୁତ ସମୟ ପର୍ଯ୍ୟନ୍ତ ଭରପୁର ରହିଥାଏ । ଯେଉଁମାନଙ୍କ ଶରୀରରେ କ୍ୟାଲସିୟମର ମାତ୍ରା କମ ଥାଏ, ସେମାନଙ୍କ ପାଇଁ ମାଣ୍ଡିଆ ରୁଟି ଅତି ଲାଭଦାୟୀ । କାରଣ ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ ମଧ୍ୟ ରହିଥାଏ । ଓଷ୍ଟେଓପୋରୋସିସ ଥିବା ବ୍ୟକ୍ତିଙ୍କୁ ଏହି ରୁଟି ନିଶ୍ଚୟ ଖାଇବା ଦରକାର ।

କ୍ୟାଲସିୟମ ମେଡ଼ିସିନ ବଦଳରେ ଆପଣ ଏହି ରୁଟି ଖାଇପାରିବେ । ୧୦୦ ଗ୍ରାମ ମାଣ୍ଡିଆରେ ୩୪୪ ମିଲିଗ୍ରାମ କ୍ୟାଲସିୟମ ଥାଏ । ଯାହା ଆମ ହାଡର ବିକାଶ ଏବଂ ଏହାକୁ ସଶକ୍ତ କରିବା ପାଇଁ ଯଥେଷ୍ଟ ହୋଇଥାଏ । ମାଣ୍ଡିଆ ରୁଟିରେ ଥିବା ଡାଇଟ୍ରି ଫାଇବର ପାଚନ ଶକ୍ତିଙ୍କୁ ମଜବୁତ କରିଥାଏ । ଏହା ଖାଇବା ଦ୍ୱାରା ଆପଣ ପୁରା ଦିନ ଏନର୍ଜେଟିକ୍ ରହିବେ । ମାଣ୍ଡିଆ ଆପଣଙ୍କୁ ଚିନ୍ତା, ଅନିଦ୍ରା, ଡିପ୍ରେସନ ସହ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଖରାଦିନେ ମାଣ୍ଡିଆ ରୁଟି ଖାଇବା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ଏହା ପେଟ ଥଣ୍ଡା ରଖିଥାଏ । ମାଣ୍ଡିଆ ରୁଟି ବ୍ୟତୀତ ଆପଣ ଏହାକୁ ଇଟିଲି, ହାଲୁଆ ଏବଂ ଦୋସା କରି ମଧ୍ୟ ଖାଇପାରିବେ । ଅଧିକ ମାତ୍ରାରେ ମାଣ୍ଡିଆ ଖାଇବା ମଧ୍ୟ ଆମ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ଅକ୍ସାଲିକ୍ ଏସିଡର ମାତ୍ରା ବଢିଯାଇପାରେ । ଯେଉଁ ଲୋକମାନଙ୍କର କିଡନୀରେ ଷ୍ଟୋନ ହୋଇଥାଏ, ସେମାନେ ଡାକ୍ତରଙ୍କ ବିନା ପରାମର୍ଶରେ ମାଣ୍ଡିଆ ଖାଇବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.