ସାଧାରଣତନ୍ତ୍ର ଦିବସରେ କଏଦୀଙ୍କୁ ହରିୟାଣା ସରକାରଙ୍କ ଉପହାର, ୨ ମାସର ଦଣ୍ଡ କୋହଳ

ହରିୟାଣା ସରକାର ସାଧାରଣତନ୍ତ୍ର ଦିବସରେ ଜେଲ୍‌ର କଏଦୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର କଏଦୀମାନଙ୍କ ଦଣ୍ଡ କୋହଳ କରିବାକୁ ଘୋଷଣା କରିଛନ୍ତି । ଦଣ୍ଡରେ ୩୦ରୁ ୬୦ ଦିନର ବିଶେଷ ଛାଡ ଦେବାକୁ ଘୋଷଣା କରାଯାଇଛି ।

ହରିୟାଣା ସରକାର ସାଧାରଣତନ୍ତ୍ର ଦିବସରେ ଜେଲ୍‌ର କଏଦୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର କଏଦୀମାନଙ୍କ ଦଣ୍ଡ କୋହଳ କରିବାକୁ ଘୋଷଣା କରିଛନ୍ତି । ଦଣ୍ଡରେ ୩୦ରୁ ୬୦ ଦିନର ବିଶେଷ ଛାଡ ଦେବାକୁ ଘୋଷଣା କରାଯାଇଛି । ଏକ ଅଫିସିଆଲ ବୟାନରେ ଗୁରୁବାର ଏହି ସୂଚନା ଦିଆଯାଇଛି । ଅବଶ୍ୟ, ଦୀର୍ଘ ଦିନ ଧରି ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଏହି ଆଶ୍ୱସ୍ତି ମିଳିଛି । କିନ୍ତୁ ଯେଉଁମାନେ ହତ୍ୟା ଭଳି ମାମଲାରେ ଦଣ୍ଡ ଭୋଗୁଛନ୍ତି, ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।

ବୟାନ ମୁତାବକ, ଯେଉଁ ଅପରାଧୀମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ଦଣ୍ଡ ଶୁଣାଯାଇଛି, ସେମାନଙ୍କୁ ୬୦ ଦିନର ଛାଡ ମିଳିବ । ୫ ବର୍ଷରୁ ଅଧିକ, କିନ୍ତୁ ୧୦ ବର୍ଷରୁ କମ୍‌ ଦଣ୍ଡ ପାଇଥିବା କଏଦୀମାନେ ୪୫ ଦିନର ଆରାମ ପାଇବେ । ଏହିପରି ୫ ବର୍ଷରୁ କମ୍‌ ଦଣ୍ଡ ପାଇଥିବା କଏଦୀମାନଙ୍କୁ ୩୦ ଦିନର ଛାଡ ମିଳିବ ।

ରାଜ୍ୟ ସରକାରଙ୍କ ମୁତାବକ, ଯେଉଁ ଅପରାଧୀମାନେ ହରିୟାଣାରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ହରିୟାଣାର ବାହାର ଜିଲ୍ଲାରେ ଦଣ୍ଡ ଭୋଗୁଛନ୍ତି, ସେମାନେ ମଧ୍ୟ ଏହି ଛାଡ ପାଇପାରିବେ । କିନ୍ତୁ ଯେଉଁ ଅପରାଧୀ ଜାମିନରେ ଅଛନ୍ତି, ସେମାନଙ୍କୁ ଏହି ଛାଡ ମିଳିବ ନାହିଁ । ସରକାରୀ ଅଧିକାରୀଙ୍କ ମୁତାବକ, ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କୁ ହତ୍ୟା, ଅପହରଣ, ଦୁଷ୍କର୍ମ ସହିତ ହତ୍ୟା, ଡକାୟତି, ଲୁଟ୍‌, ଏସିଡ୍‌ ମାଡ ଆଦି ମାମଲାରେ ଅପରାଧୀମାନଙ୍କୁ ଆଶ୍ୱସ୍ତି ମିଳିିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.