ଶୀତଦିନେ ଖାଆନ୍ତୁ ଓଏଷ୍ଟର ମସରୁମ, ପାଇବେ ନନଭେଜ୍ ଠାରୁ ମଧ୍ୟ ଅଧିକ ଫାଇଦା

ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ଓଏଷ୍ଟର ମସରୁମରେ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ...

ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୋଷକ ତତ୍ତ୍ୱ ଓଏଷ୍ଟର ମସରୁମରେ ପ୍ରଚୁର ପରିମାଣରେ ମିଳିଥାଏ । ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ…

ଓଏଷ୍ଟର ମସରୁମର ଉପକାରିତା:

ଯେକୌଣସି ନନଭେଜ୍ ଅପେକ୍ଷା ଓଏଷ୍ଟର ମସରୁମରେ ଅଧିକ ମାତ୍ରାରେ ପ୍ରୋଟିନ୍ ମିଳିଥାଏ । ଏହା ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ମିଳିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଓଏଷ୍ଟର ମସରୁମରେ ଅନେକ ଗୁଣ ଉପସ୍ଥିତ । ଏଥିରେ ବିଟା ଗ୍ଲୁକନ୍ ଏବଂ ଏର୍ଗୋଥିଓନିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଓଏଷ୍ଟର ମସରୁମରେ କିଛି ଉପକାରୀ ଉପାଦାନ ମିଳିଥାଏ ଯାହା କ୍ୟାନ୍ସର ପରି ଗୁରୁତର ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । କେତେକ ଏଭଳି ଉପାଦାନ ଓଏଷ୍ଟର ମସରୁମରେ ମିଳିଥାଏ ଯାହା ଶରୀରରେ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଓଏଷ୍ଟର ମସରୁମ ଖାଇବା ଆମ ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

ଏଥିରେ ଅଧିକ ପରିମାଣର ଡାଏଟାରୀ ଫାଇବର ଥାଏ ଯାହା ଆମ ହଜମ ପ୍ରକ୍ରିୟାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଏଷ୍ଟର ମସରୁମରେ ଖୁବ କମ କ୍ୟାଲୋରୀ ରହିଥାଏ ଯାହା ଦ୍ୱାରା ପେଟ ଫୁଲ୍ ହେବା ଭଳି ଅନୁଭବ ହୋଇଥାଏ କିନ୍ତୁ ଓଜନ ବଢିନଥାଏ । ଯଦି ଆପଣ ୱେଟ୍ ଲସ୍ ପାଇଁ ଡାଏଟ କରୁଛନ୍ତି ତେବେ ଆପଣଙ୍କୁ ନିଜ ଖାଦ୍ୟରେ ଓଏଷ୍ଟର ମସରୁମ ସାମିଲ କରିବା ନିହାତି ଆବଶ୍ୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.