ଫସିଲେ ସୋଏବ ମଲ୍ଲିକ : ଗୋଟିଏ ଓଭରରେ ୩ଟି ନୋ ବଲ୍‌, କ୍ରିକେଟ କଣ୍ଟ୍ରାକ୍ଟ ଶେଷ

ମ୍ୟାଚ ଫିକ୍ସିଂ ମାମଲାରେ ଛନ୍ଦି ହୋଇଯାଇଛନ୍ତି ପାକିସ୍ତାନୀ କ୍ରିକେଟରେ ସୋଏବ ମଲ୍ଲିକ । ଗୋଟିଏ ଓଭରରେ କ୍ରମାଗତ ୩ଟି ନୋ-ବଲ୍ ଫିଙ୍ଗିଥିଲେ, ଆଉ ଏଥିପାଇଁ ବାଂଲାଦେଶ ପ୍ରିମିୟର ଲିଗରେ ଖେଳୁଥିବା ଟିମ ତାଙ୍କ ସହିତ କଣ୍ଟ୍ରାକ୍ଟ ଶେଷ କରିଛି ।

ସାନିଆଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରିବା ପରେ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ବେଶ୍ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ମ୍ୟାଚ ଫିକ୍ସିଂ ମାମଲାରେ ଛନ୍ଦି ହୋଇଯାଇଛନ୍ତି ପାକିସ୍ତାନୀ କ୍ରିକେଟରେ । ଗୋଟିଏ ଓଭରରେ କ୍ରମାଗତ ୩ଟି ନୋ-ବଲ୍ ଫିଙ୍ଗିଥିଲେ, ଆଉ ଏଥିପାଇଁ ବାଂଲାଦେଶ ପ୍ରିମିୟର ଲିଗରେ ଖେଳୁଥିବା ଟିମ ତାଙ୍କ ସହିତ କଣ୍ଟ୍ରାକ୍ଟ ଶେଷ କରିଛି ।

ଖବର ମୁତାବକ, ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ) ସମୟରେ ସୋଏବ ଗୋଟିଏ ଓଭରରେ କ୍ରମାଗତ ୩ଟି ନୋ-ବଲ୍ ଫିଙ୍ଗିଥିଲେ, ଯାହାକି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସୋଏବଙ୍କ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ ବହୁତ ନିରାଶ ହୋଇଥିଲେ । ଏହା ମଧ୍ୟରେ ସୋଏବ ଖେଳୁଥିବା ଟିମ୍ ତାଙ୍କର ଚୁକ୍ତି ସମାପ୍ତ କରିଦେଇଥିବା ଜଣାପଡ଼ିଛି ।

ବିପିଏଲରେ ସୋଏବ ଫଚ୍ୟୁନ ବରିଶଲ ଟିମ୍ ପକ୍ଷରୁ ଖେଳୁଥିବା ବେଳେ ତମିମ ଇକବାଲ ଦଳର ଅଧିନାୟକ ଥିଲେ । ନିକଟରେ ବରିଶଲ ଟିମ୍ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଖୁଲନା ଟାଇଗର୍ସ ଟାର୍ଗେଟ ପିଛା କରିବା ସମୟରେ ସୋଏବ ବୋଲିଂ କରିବାକୁ ଯାଇଥିଲେ ।

ପାୱାର-ପ୍ଲେ ସମୟରେ ତମିମ ସୋଏବଙ୍କୁ ବୋଲିଂ ଦେଇଥିଲେ । ସେହି ସମୟରେ ସୋଏବ ଗୋଟିଏ ଓଭରରେ ୩ଟି ନୋ-ବଲ ଫିଙ୍ଗିବା ସହିତ ୧୮ ରନ୍ ଦେଇଥିଲେ । ଏହାଫଳରେ ଟାଇଗର୍ସ ଟିମ୍ ୧୮ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ସେହି ମ୍ୟାଚ ପରେ ସୋଏବ ସୋସିଆଲ ମିଡ଼ିଆରେ ବହୁତ ଟ୍ରୋଲ ହେବା ସହିତ ଫ୍ୟାନ୍ସ ମ୍ୟାଚ ଫିକ୍ସିଂ ନେଇ ଯାଞ୍ଚ ଦାବି କରିଥିଲେ ।

ସୋଏବ ମଲ୍ଲିକ ନିଜ କ୍ୟାରିଅରରେ ୩୫ ଟେଷ୍ଟରେ ୩୨ ଓ୍ଵିକେଟ ନେଇ ୧୮୯୮ ରନ୍‌ କରିଛନ୍ତି । ସେହିପରି ୨୮୭ ଦିନିକିଆରେ ୭୫୩୪ ରନ୍‌ କରିଥିବା ବେଳେ ୧୫୮ ଓ୍ଵିକେଟ ନେଇଛନ୍ତି । ୧୨୪ ଟି୨୦ରେ ୨୪୩୫ ରନ୍‌ କରି ୨୮ ଓ୍ଵିକେଟ ନେଇଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ସାନିଆଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରିଛନ୍ତି ସୋଏବ । ସୋଏବଙ୍କ ସହିତ ବିବାହ ବିଚ୍ଛେଦ ପରେ ସାନିଆ ପୁଅକୁ ଧରି ଭାରତକୁ ଫେରିଆସିଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.