ବାଇକ,ସ୍କର୍ପିଓ-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ, ମୁଖ୍ୟମନ୍ତ୍ରୀଙ୍କ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଜୟପୁର ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା | ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ, ବାଇକ ଓ ଅଟୋକୁ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି |

ଜୟପୁର : ପଛକୁ ପଛ ପିଟିହେଲା ବାଇକ-ସ୍କର୍ପିଓ- ଅଟୋ। ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ୩ ଜଣଙ୍କ ଜୀବନ। କୋରାପୁଟ ଜିଲ୍ଲା ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା। ୨୬ ନମ୍ବର ଜାତୀୟ ରାଜପଥ ବୋରିଗୁମ୍ମା ବିଜାପୁର ଢ଼ାବା ନିକଟରେ ସିରିଜ ଦୁର୍ଘଟଣା । ବାଇକ, ସ୍କର୍ପିଓ ଏବଂ ଅଟୋ ପଛକୁ ପଛ ପିଟି ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ୫ ଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ୨ଜଣଙ୍କୁ ଜୟପୁର ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି। ସେପଟେ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ପରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.