ପଦ୍ମ ପୁରସ୍କାର ଘୋଷଣା: ପୂର୍ବତନ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜନ୍ତିମାଲା ବାଲି ଏବଂ ଚିରଞ୍ଜିବୀଙ୍କୁ ମିଳିବ ପଦ୍ମ ବିଭୂଷଣ ସମ୍ମାନ

ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜନ୍ତିମାଲା ବାଲି ଏବଂ ଅଭିନେତା କେ. ଚିରଞ୍ଜିବିଙ୍କୁ ପ୍ରଦାନ କରାଯିବ ପଦ୍ମ ବିଭୂଷଣ ସମ୍ମାନ ।

କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ, ଅଭିନେତ୍ରୀ ବୈଜନ୍ତିମାଲା ବାଲି ଏବଂ ଅଭିନେତା କେ. ଚିରଞ୍ଜିବିଙ୍କୁ ପ୍ରଦାନ କରାଯିବ ପଦ୍ମ ବିଭୂଷଣ ସମ୍ମାନ ।

ସେହିପରି ସମାଜସେବା ପାଇଁ ବିନ୍ଦେଶ୍ବର ପାଠକ ଓ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମା ସୁବ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ୧୭ ଜଣଙ୍କୁ ମିଳିବ ପଦ୍ମଭୂଷଣ । ମରଣୋତ୍ତର ଭାବେ ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି ଏମ. ଫତିମା ବିବିଙ୍କୁ ପ୍ରଦାନ କରାଯିବ ପଦ୍ମ ଭୂଷଣ ସମ୍ମାନ । ଏହାସହ ଶିକ୍ଷା ଓ ସାମ୍ବାଦିକତା ପାଇଁ ହର୍ମୋସଜି କାମା, ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ, ଗାୟିକା ଉଷା ଉଥୁପ, ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ସୀତାରାମ ଜିନ୍ଦଲ ଓ ୟଙ୍ଗ ଲିୟୁଙ୍କୁ ପ୍ରଦ୍ମ ଭୂଷଣ ସମ୍ମାନ ମିଳିଛି ।

ଅଶ୍ବିନୀ ବାଲଚନ୍ଦ୍ର ମେହେଟ୍ଟା, ସତ୍ୟବ୍ରତ ମୁଖାର୍ଜୀ, ରାମ ନାଏକ, ତେଜସ ମଧୁସୂଦନ ପଟେଲ, ଓଲାଞ୍ଚେରୀ ରାଜଗୋପାଳ, ଦତ୍ତାତ୍ରେୟ ଅମ୍ବାଦାସ ମାୟାଲୋ, ତୋଗଡାନ ରିନପୋଚି, ପ୍ୟାରେଲାଲ ଶର୍ମା, ଚନ୍ଦ୍ରେଶ୍ବର ପ୍ରସାଦ ଠାକୁର, ଉଷା ଉଥୁପ, ବିଜୟକାନ୍ତ ଓ କୁନ୍ଦନ ବ୍ୟାସଙ୍କୁ ପଦ୍ମଭୂଷଣ ମିଳିଛି । ସେହିପରି ୧୧୦ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ୧୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୪ଜଣ । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ସ୍ବାଇଁ ଓ ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନ, ଖୋର୍ଦ୍ଧାର ବିନୋଦ ମହାରଣା ଏବଂ ସମ୍ବଲପୁରର ବିନୋଦ କୁମାର ପଶାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.