ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନର ସମୟ ନିର୍ଘଣ୍ଟ, ଜାଣନ୍ତୁ କେତେବେଳେ ହେବ ମଙ୍ଗଳ ଆଳତି ଓ ଶୟନ ଆଳତି

ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ଭଗବାନଙ୍କ ଆଳତି ଏବଂ ଦର୍ଶନର ସମୟ ନିର୍ଘଣ୍ଟ ବିଷୟରେ ସୂଚନା ଦେଇଛି । ପ୍ରାଣ ପ୍ରତିଷ୍ଠା ପରଠାରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଏହାକୁ ନଜରରେ ରଖି ଟ୍ରଷ୍ଟ ସମୟ ନିର୍ଘଣ୍ଟ ଜାରି କରିଛି । ଏଥିରେ ପ୍ରଭୁ ରାମଲାଲାଙ୍କ ଶୃଙ୍ଗାର ଆଳତିଠାରୁ ଶୟନ ଆଳତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।

ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ପ୍ରବକ୍ତା ତଥା ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, ଶ୍ରୀରାମଲାଲାଙ୍କ ଶୃଙ୍ଗାର ଆଳତି ଭୋର୍‌ ସାଢ଼େ ୪ଟାରେ ହେବ । ମଙ୍ଗଳ ଆଳତିର ସମୟ ସକାଳ ସାଢ଼େ ୬ଟା ରହିଛି । ସକାଳ ୭ଟା ପରଠାରୁ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିପାରିବେ । ଶରଦ ଶର୍ମାଙ୍କ ମୁତାବକ, ଭଗବାନ ରାମଙ୍କ ଭୋଗ ଆଳତି ମଧ୍ୟାହ୍ନ ୧୨ଟାରେ ହେବ । ଏହାପରେ ସନ୍ଧ୍ୟା ଆଳତି ସାଢ଼େ ୭ଟା, ଭୋଗ ଆଳତି ରାତି ୮ଟା ଏବଂ ଶୟନ ଆଳତି ରାତି ୧୦ଟା ବେଳେ ସମ୍ପନ୍ନ ହେବ ।

କହି ରଖୁଛୁ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଭକ୍ତମାନଙ୍କ ସୁଅ ଛୁଟୁଛି । ପ୍ରତ୍ୟେକ ଦିନ ଭଗବାନଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟା ଆସୁଛନ୍ତି । ଉଦ୍‌ଘାଟନ ପରେ ପ୍ରଥମ ଦିନ ରାମ ଭକ୍ତଙ୍କ ଗହଳିରେ ମନ୍ଦିର ପୂର୍ଣ୍ଣ ହୋଇଯାଇଥିଲା । ଭିଡ଼ ଏତେ ଅଧିକ ଥିଲା ଯେ ଲୋକଙ୍କୁ ସମ୍ଭାଳିବା ପାଇଁ ମନ୍ଦିର ପ୍ରଶାସନକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.